ମଣିପୁରରେ ଏନକାଉଣ୍ଟର, ୧୦ ମାଓବାଦୀ ନିହତ

ନୂଆଦିଲ୍ଲୀ: ସୋମବାର ଦିନ ମଣିପୁରର ଜିରିବାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ୧୦ ଜଣ ମାଓବାଦୀ ନିହତ ହୋଇଥିଲେ। ପୋଲିସର ସୂଚନାନୁସାରେ, ଅପରାହ୍ନ ପ୍ରାୟ ସାଢେ ୩ ଟାରେ ସଶସ୍ତ୍ର ମାଓବାଦୀମାନେ ଜାକୁରଧୋରସ୍ଥିତ ସିଆରପିଏଫ୍ ପୋଷ୍ଟ ଏବଂ ନିକଟସ୍ଥ ବୋରୋବେକରା ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇଥିଲେ ଯେଉଁଥିରେ ୪୫ ମିନିଟ୍ ପର୍ଯ୍ୟନ୍ତ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ୧୦ ମାଓବାଦୀ ନିହତ ହୋଇଥିଲେ। […]

Samaya Live Picture
Published On

ନୂଆଦିଲ୍ଲୀ: ସୋମବାର ଦିନ ମଣିପୁରର ଜିରିବାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ୧୦ ଜଣ ମାଓବାଦୀ ନିହତ ହୋଇଥିଲେ। ପୋଲିସର ସୂଚନାନୁସାରେ, ଅପରାହ୍ନ ପ୍ରାୟ ସାଢେ ୩ ଟାରେ ସଶସ୍ତ୍ର ମାଓବାଦୀମାନେ ଜାକୁରଧୋରସ୍ଥିତ ସିଆରପିଏଫ୍ ପୋଷ୍ଟ ଏବଂ ନିକଟସ୍ଥ ବୋରୋବେକରା ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇଥିଲେ ଯେଉଁଥିରେ ୪୫ ମିନିଟ୍ ପର୍ଯ୍ୟନ୍ତ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ୧୦ ମାଓବାଦୀ ନିହତ ହୋଇଥିଲେ। ଏହି ସମୟରେ ସିଆରପିଏଫ୍ କନଷ୍ଟେବଳ ସଞ୍ଜୀବ କୁମାରଙ୍କୁ ଗୁଳି ଲାଗିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କଠାରୁ ସୁରକ୍ଷା ବାହିନୀ ଅନେକ ମାରାତ୍ମକ ଅସ୍ତ୍ର ଉଦ୍ଧାର କରିଛି, ଯେଉଁଥିରେ ରାଇଫଲ, ଇନସାସ, ଆରପିଜି ଏବଂ ପମ୍ପ ଆକ୍ସନ୍ ଗନ ରହିଛି। ଏନକାଉଣ୍ଟର ପରେ ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଧିକାରୀଙ୍କ କହିବାନୁସାରେ, ପୋଲିସ ଷ୍ଟେସନ ପରିସରରେ ନିର୍ମିତ ରିଲିଫ କ୍ୟାମ୍ପରେ ରହୁଥିବା ୫ ଜଣ ନିଖୋଜ ଅଛନ୍ତି ଏବଂ ସେମାନଙ୍କର ତଲାସୀ ଚାଲିଛି। ମଣିପୁରର ଜିରିବାମରେ ବଢୁଥିବା ହିଂସା ମାମଲାକୁ ନେଇ ଏହି ପରିସ୍ଥିତି ଚିନ୍ତା ବଢାଉଛି। ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ବିବାଦ ଏବଂ ଅସୁରକ୍ଷିତ ପରିସ୍ଥିତି ଲାଗି ରହିଛି।

Tags: