ଭଞ୍ଜନଗର ବୁଥରେ ନିର୍ବାଚନୀ ହିଂସା
ଭଞ୍ଜନଗର : ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥରେ ଦେଖାଦେଇଛି ନିର୍ବାଚନୀ ହିଂସା । ଏଠାରେ ବିଜେଡି-ବିଜେପି କର୍ମୀ ହାତାହାତି ହୋଇଥିବା ସୂଚନା ମିଳିଛି । ବୁଥ୍ ରିଗିଂ କରିବାକୁ ଚେଷ୍ଟାବେଳେ ବିଜେପି କର୍ମୀଙ୍କୁ ବିରୋଧ କରିବା ଯୋଗୁଁ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇ କ୍ରମେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ସୂଚନା ରହିଛି । ତେବେ ଆଜି ଘଷିପୁରା ନିର୍ବାଚନୀ […]
ଭଞ୍ଜନଗର : ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥରେ ଦେଖାଦେଇଛି ନିର୍ବାଚନୀ ହିଂସା । ଏଠାରେ ବିଜେଡି-ବିଜେପି କର୍ମୀ ହାତାହାତି ହୋଇଥିବା ସୂଚନା ମିଳିଛି । ବୁଥ୍ ରିଗିଂ କରିବାକୁ ଚେଷ୍ଟାବେଳେ ବିଜେପି କର୍ମୀଙ୍କୁ ବିରୋଧ କରିବା ଯୋଗୁଁ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇ କ୍ରମେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ସୂଚନା ରହିଛି । ତେବେ ଆଜି ଘଷିପୁରା ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ କଠୋର ମତ ପୋଷଣ କରିବା ପରେ ବି ଭଞ୍ଜନଗରରେ ଏହି ଘଟଣା ସାମ୍ନାକୁ ଆସିଛି ।
ଅନ୍ୟପଟେ ବରଗଡ଼ରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି I ହିଂସାରେ ବରଗଡ଼ ସରସରା ଗାଁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ମୃତକ ଜଣକ ହେଲେ ବିଶ୍ୱନାଥ ମିର୍ଦ୍ଧା I ତାଙ୍କୁ ଛୁରାମାଡ଼ କରିଥିବା ବ୍ୟକ୍ତି ଜଣକ ଅଶୋକ ମହାନନ୍ଦ I ସେ ୪ ଦିନ ଆଗରୁ ଜେଲରୁ ଫେରିଥିଲେ I ଛୁରାମାଡ଼ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ତାଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରହିଛି I




