ଲୁଟେରାଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଲୁଟେରାଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ମୃତକ ହେଲେ କୌଶଲ୍ୟା ପତି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ତିଗିରିଆ ଗାଁରେ ଘଟିଛି ଏହି ଘଟଣା । ଗତ ବିଳମ୍ବିତ ରାତିରେ ଘରେ ପଶି ଲୁଟ କରିବାକୁ ଉଦ୍ୟମ କରିବା ବେଳେ ପ୍ରତିବାଦ କରିଥିଲେ କୌଶଲ୍ୟା । ଏହା ପରେ ତାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ ଦୁର୍ବୃତ୍ତ। ଘଟନାନୁସାରେ,ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନସ୍ଥ ବାଲିପଡିଆ […]
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଲୁଟେରାଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ମୃତକ ହେଲେ କୌଶଲ୍ୟା ପତି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ତିଗିରିଆ ଗାଁରେ ଘଟିଛି ଏହି ଘଟଣା । ଗତ ବିଳମ୍ବିତ ରାତିରେ ଘରେ ପଶି ଲୁଟ କରିବାକୁ ଉଦ୍ୟମ କରିବା ବେଳେ ପ୍ରତିବାଦ କରିଥିଲେ କୌଶଲ୍ୟା । ଏହା ପରେ ତାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ ଦୁର୍ବୃତ୍ତ।
ଘଟନାନୁସାରେ,ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନସ୍ଥ ବାଲିପଡିଆ ପଞ୍ଚାୟତ ତିଗିରିଆ ଗ୍ରାମରେ କୌଶଲ୍ୟା ପତି ଓ ତାଙ୍କ ଝିଅ ଘରେ ଥିଲେ । ବିଳମ୍ବିତ ରାତିରେ ଲୁଟ ପାଇଁ ଘର ଭିତରେ ୨ ଜଣ ଦୁର୍ବୁତ୍ତ ପଶିଥିଲେ । ଶବ୍ଦ ଶୁଣି କୌଶଲ୍ୟା ଉଠି ପଡି ପ୍ରତିବାଦ କରିବାରୁ ତାଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ ଦୁର୍ବୁତ୍ତ । ମା’ଙ୍କୁ ଆକ୍ରମଣ କାରୀଙ୍କ ଠାରୁ ଉଦ୍ଧାର କରିବାକୁ ଯାଇ କୌଶଲ୍ୟାଙ୍କ ଝିଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପଡୋଶୀ ମାନେ ପହଞ୍ଚିବାରୁ ଲୁଟେରାମାନେ ଫେରାର ହୋଇଯାଇଥିଲେ । ଉଭୟଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ହେଲେ ବଡ଼ଚଣା ମେଡିକାଲରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ଅନ୍ୟପଟେ ଗତ ରାତିରେ ୨ ବାଇକ ଆରୋହୀଙ୍କୁ ଖଣ୍ଡାରେ ଆକ୍ରମଣ କରି ତାଙ୍କ ଠାରୁ ଗାଡି ସହ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି ୩ ଜଣ ଦୁର୍ବୁତ୍ତ । ବାଲେଶ୍ୱର ଜିଲ୍ଲା ବାସୁଦେବପୁର ନିମୀକ ରାସ୍ତା ଶ୍ରୀଜଙ୍ଗ ନିକଟସ୍ଥ ଯୋଡ଼ିପୋଲ ନିକଟରେ ଏଭଳି ଘଟଣା ଘଟିଛି I ଆକ୍ରମଣର ଶିକାର ହୋଇଥିବା ୨ ଯୁବକ ବିଶ୍ୱଜିତ୍ ସାହୁ ଏବଂ ଜିତେଶ ବେହେରା ଗୋପାଳପୁର ଚିକିତ୍ସାଳୟକୁ ଯାଇ ପ୍ରାଥମିକ ଚିକିତ୍ସା କରାଇବା ପରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।




