ବିଷ ପି’ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର : ପାରିବାରିକ କଳହକୁ ନେଇ ବିଷ ପିଇଲେ ବୃଦ୍ଧ ଦମ୍ପତି। ବିଷପିଇ ବୃଦ୍ଧା ମୃତ୍ୟୁବରଣ କରିଥିବାବେଳେ ବୃଦ୍ଧ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ରାଉତପଡା ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହ କୁ ନେଇ ଗ୍ରାମ ର ଉମାମଣି ବେହେରା ଏବଂ ସ୍ୱାମୀ ବାବାଜୀ ବେହେରା ବିଷ ପିଇ ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ […]

Samaya Live Picture
Published On

ଯାଜପୁର : ପାରିବାରିକ କଳହକୁ ନେଇ ବିଷ ପିଇଲେ ବୃଦ୍ଧ ଦମ୍ପତି। ବିଷପିଇ ବୃଦ୍ଧା ମୃତ୍ୟୁବରଣ କରିଥିବାବେଳେ ବୃଦ୍ଧ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ରାଉତପଡା ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହ କୁ ନେଇ ଗ୍ରାମ ର ଉମାମଣି ବେହେରା ଏବଂ ସ୍ୱାମୀ ବାବାଜୀ ବେହେରା ବିଷ ପିଇ ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉମାମଣିଙ୍କୁ ମୃତ ଘୋଷଣା କରିଥିଲେ। ଉମାମଣି ଙ୍କ ସ୍ୱାମୀ ବାବାଜୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Tags: