ସାନ ଭାଇର କଟୁରୀ ଚୋଟରେ ବଡ ଭାଇର ମୃତ୍ୟୁ

ଢେଙ୍କାନାଳ : ସାନ ଭାଇର କଟୁରୀ ଚୋଟରେ ବଡ ଭାଇର ମୃତ୍ୟୁ । ମୃତ ବଡ ଭାଇ ଗୋବିନ୍ଦ ନାଏକ ଓ ଅଭିଯୁକ୍ତ ସାନ ଭାଇ ସୁନନ୍ଦ ନାଏକ । ପବିତ୍ର ଶାମ୍ବ ଦଶମୀ ଏବଂ ସୁଦଶା ବ୍ରତ ଦିନରେ ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ହିନ୍ଦୋଳରେ ମୁଣ୍ଡାହତା ସାହିଦୁଇ ନମ୍ବର ଓ୍ୱାର୍ଡ ରେ । କୌଣସି କାରଣକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ବଚସା ପରେ ସାନ ଭାଇ ବଡ ଭାଇକୁ ମରଣାନ୍ତକ […]

Samaya Live Picture
Published On

ଢେଙ୍କାନାଳ : ସାନ ଭାଇର କଟୁରୀ ଚୋଟରେ ବଡ ଭାଇର ମୃତ୍ୟୁ । ମୃତ ବଡ ଭାଇ ଗୋବିନ୍ଦ ନାଏକ ଓ ଅଭିଯୁକ୍ତ ସାନ ଭାଇ ସୁନନ୍ଦ ନାଏକ । ପବିତ୍ର ଶାମ୍ବ ଦଶମୀ ଏବଂ ସୁଦଶା ବ୍ରତ ଦିନରେ ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ହିନ୍ଦୋଳରେ ମୁଣ୍ଡାହତା ସାହିଦୁଇ ନମ୍ବର ଓ୍ୱାର୍ଡ ରେ ।

କୌଣସି କାରଣକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ବଚସା ପରେ ସାନ ଭାଇ ବଡ ଭାଇକୁ ମରଣାନ୍ତକ ଆକ୍ରମଣ କରିଥିଲା। ଘଟଣା ବିଷୟରେ ଖବର ପାଇ ହିନ୍ଦୋଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସାନ ଭାଇକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

Tags: