ଅର୍ଚ୍ଚନା ନାଗଙ୍କ ପୈତୃକ ଘର ସମେତ ୬ଟି ସ୍ଥାନରେ ଇଡି ର ଚଢ଼ାଉ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଲେଡି ବ୍ଳକମେଲର ଅର୍ଚ୍ଚନା ନାଗ ଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ାଉ I କଳାହାଣ୍ଡି କେସିଙ୍ଗା ସ୍ଥିତ ପୈତୃକ ଘର ସମେତ ଏକ କାଳୀନ ୬ ଟି ସ୍ଥାନରେ ଆଜି ସକାଳ ୮ଟାରୁ ଚଢ଼ାଉ ଚାଲିଛି I ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୪ ଜଣ ଅଧିକାରୀ ସିଆରପିଏଫ୍ ପୁଲିସ ସହ ସେଠାରେ ପହଞ୍ଚିଥି ତଦନ୍ତ କରୁଛନ୍ତି । ଏହାଛଡ଼ା ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜଳେଶ୍ବର ଅଞ୍ଚଳରେ ଥିବା ପୈତୃକ […]

Samaya Live Picture
Published On

ଭୁବନେଶ୍ୱର : ବହୁଚର୍ଚ୍ଚିତ ଲେଡି ବ୍ଳକମେଲର ଅର୍ଚ୍ଚନା ନାଗ ଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ାଉ I କଳାହାଣ୍ଡି କେସିଙ୍ଗା ସ୍ଥିତ ପୈତୃକ ଘର ସମେତ ଏକ କାଳୀନ ୬ ଟି ସ୍ଥାନରେ ଆଜି ସକାଳ ୮ଟାରୁ ଚଢ଼ାଉ ଚାଲିଛି I ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୪ ଜଣ ଅଧିକାରୀ ସିଆରପିଏଫ୍ ପୁଲିସ ସହ ସେଠାରେ ପହଞ୍ଚିଥି ତଦନ୍ତ କରୁଛନ୍ତି । ଏହାଛଡ଼ା ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜଳେଶ୍ବର ଅଞ୍ଚଳରେ ଥିବା ପୈତୃକ ଘର ସହିତ ବନ୍ଧୁ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କ ଘରେ ଏକକାଳୀନ ଚଢ଼ାଇ ଚାଲିଛି। ଶ୍ରଦ୍ଧାଞ୍ଜଳିଙ୍କ କଟକର ବାଙ୍କୀ ପୈତୃକ ବାସଭବନ ଓ ଖଗେଶ୍ୱରଙ୍କ ଗଙ୍ଗେଶ୍ବର ଘରେ ବି ଇଡି ଚଢ଼ାଉ କରାଯାଉଥିବାର ସୂଚନା ରହିଛି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସତ୍ୟ ବିହାରସ୍ଥିତ ଘରେ ଇଡି ଟିମ୍ ପକ୍ଷରୁ ଚଢାଉ ଜାରି ସୂଚନା ମିଳିଛି।। ଇଡିର ୫ ଜଣିଆ ଟିମ୍ ଅର୍ଚ୍ଚନାଙ୍କ ଘରେ ପହଞ୍ଚି ତନଘନା କରିବା ସହ ବେଆଇନ ଆର୍ଥିକ କାରାବରର ହେବ ଖୋଳତାଡ଼ କରୁଛି ଇଡି I

ଏହି କ୍ରମରେ ଇଡିର ଏକ ୧୧ ଜଣିଆ ଟିମ ଜଳେଶ୍ବର ଆସିଛି। ଗୁରୁବାର ସକାଳ ୧୦ଟାରେ ଏହି ଟିମ ଆର୍ଚ୍ଚନାଙ୍କ ଶ୍ୱଶୂର ଘର ବାଉଁଶବଣିରେ ପହଞ୍ଚି ଚଢ଼ଉ ଆରମ୍ଭ କରିଛି। ଚଢ଼ଉ ବେଳେ ଟିମ୍ ହାତରେ ଏକ ଟିଣ ବାକ୍ସ ସମେତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପଡିଛି।

ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ଗିରଫ ହେବା ପରେ ତାଙ୍କ ବେଆଇନ୍‌ ସଂପତ୍ତିର ଖୋଳତାଡ଼ ଆରମ୍ଭ କରିଛି ଇଡି । ଏଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କମିସନରେଟ ପୁଲିସକୁ ଅର୍ଚ୍ଚନାର ବିରୋଧରେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଏତଲାର କପି ମାଗିଥିଲା। କମିସନରେଟ ପୁଲିସ ପକ୍ଷରୁ ୨ଟି ଏତଲାର କପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରାଯାଇଥିଲା। ଏହିକ୍ରମରେ ଗୁରୁବାର ଦିନ ସକାଳରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସତ୍ୟ ବିହାର ସ୍ଥିତ ଘରେ ଇଡିର ୫ଜଣିଆ ଟିମ୍‌ ପହଞ୍ଚି ଚଢାଉ ଆରମ୍ଭ କରିଛି । ଚଢାଉ ସମୟରେ ସ୍ଥାନୀୟ ପୋଲିସ ଓ ସିଆରପିଏଫ୍‌ ବାହିନୀ ନିୟୋଜିତ ରହିଛନ୍ତି I ଚଢ଼ଉ ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇ ଥିବା ସୂଚନା ମିଳିଛି I

Tags: