ଭୋଟ ବେଳେ ବିଭିନ୍ନ ସ୍ଥାନରେ ହିଂସା,ଇଭିଏମ ଭାଙ୍ଗି ଫେରାର ବେଳେ ଧରାପଡ଼ିଲେ ପ୍ରଶାନ୍ତ

ଖୋର୍ଦ୍ଧା : ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗିରି । ମତଦାନ ଚାଲିଥିବାବେଳେ ଇଭିଏମ ଭାଙ୍ଗି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅଟକ ରଖିଛି ପୋଲିସ I ବୋଲଗଡ଼ର ଏକ ବୁଥରେ ମତଦାନ ଚାଲୁଥିବାବେଳେ କାଣ୍ଡ ଭିଆଇଥିବାବେଳେ ଗଣ୍ଡଗୋଳ କରିଥିଲେ ପ୍ରଶାନ୍ତ ଜଗଦ୍ଦେବ I ଏହାପରେ ପୋଲିସ ତାଙ୍କୁ ବୋଲଗଡ ଥାନାରେ ଅଟକ ରଖିଥିବା ଜଣାପଡିଛି। ସୂଚନା ଅନୁସାରେ ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି […]

Samaya Live Picture
Published On

ଖୋର୍ଦ୍ଧା : ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗିରି । ମତଦାନ ଚାଲିଥିବାବେଳେ ଇଭିଏମ ଭାଙ୍ଗି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅଟକ ରଖିଛି ପୋଲିସ I ବୋଲଗଡ଼ର ଏକ ବୁଥରେ ମତଦାନ ଚାଲୁଥିବାବେଳେ କାଣ୍ଡ ଭିଆଇଥିବାବେଳେ ଗଣ୍ଡଗୋଳ କରିଥିଲେ ପ୍ରଶାନ୍ତ ଜଗଦ୍ଦେବ I ଏହାପରେ ପୋଲିସ ତାଙ୍କୁ ବୋଲଗଡ ଥାନାରେ ଅଟକ ରଖିଥିବା ଜଣାପଡିଛି।

ସୂଚନା ଅନୁସାରେ ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଏହାପରେ ପୋଲିଂ ଅଫିସରଙ୍କୁ ଆକ୍ରମଣ କରି ସେଠାରୁ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ହାତରେ ଧରାପଡ଼ିଥିଲେ I

ସେହିପରି ଆଜି ଆଠଗଡ ରାଧାଗୋବିନ୍ଦପୁର ୧୧୫ନଂ ବୁଥ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଦେଖିବାକୁ ମିଳିଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ରାଧାଗୋବିନ୍ଦପୁର ଗ୍ରାମରେ ହୋଇଥିବା ୧୧୫ ନଂ ବୁଥକୁ ଆଜି ଭୋଟ ଦେବାକୁ ଯାଇଥିବା ବେଳେ ଉଭୟ ବିଜେଡି ଓ ବିଜେପି ଗୋଷ୍ଠୀର କର୍ମୀମାନେ ଚେୟାର ଉଠାଇ ପିଟାପିଟି କରିବା ସହ ଭଙ୍ଗାରୁଜ୍ଜା କରିଛନ୍ତି। ଏଥିରେ ଉଭୟ ପକ୍ଷରୁ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଆଠଗଡ ପୁଲିସ୍ ପହଞ୍ଚି ଉତ୍ତେଜନା ରୋକିବାକୁ ଚେଷ୍ଟା ଜାରି ରଖିଛି।

ଅନ୍ୟପଟେ ଆଜି କେନ୍ଦୁଝର ଲୋକସଭା ଅନ୍ତର୍ଗତ ଘଷିପୁରା ନିର୍ବାଚନମଣ୍ଡଳୀରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଭୋଟିଂ ସମୟରେ ସେଠାରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା । ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ପୁଣି ବଡଜାମୁପଶି ସ୍ଥିତ ୬୯ ନମ୍ବର ବୁଥରେ ଜଣେ କାର୍ଯ୍ୟରତ ସାମ୍ବାଦକଙ୍କ ଉପରେ ମରଣାତ୍ମକ ଆକ୍ରମଣ କରାଯାଇ ଥିବା ସୂଚନା ମିଳିଛି ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଗଦାଧରପୁର ଗ୍ରାମର ୨୩୨ ନମ୍ବର ବୁଥ ସମ୍ମୁଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘଵଧ ଆକ୍ରମଣରେ ଜଣେ ଗୁରୁତର ହୋଇ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ଆହତ ଜଣକ ହେଲେ ଶୁଭବ୍ରତ ପଣ୍ଡା I ସେ ବୁଥ ସମ୍ମୁଖରେ ଟଙ୍କା ବାଣ୍ଟି ଭୋଟର ମାନଙ୍କୁ ପ୍ରଲୋଭିତ କରୁଥିଲେ। ଏହାକୁ ନେଇ ଅନ୍ୟ ଏକ ଗୋଷ୍ଠୀ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ I

Tags: