ସର୍ଚ୍ଚ ପରେସନ ବେଳେ ଜଙ୍ଗଲରୁ ଠାବ ହେଲା ସ୍ପାଇକ୍ ହୋଲ୍
କୋରାପୁଟ : ସୀମାନ୍ତ ଜଙ୍ଗଲରେ ସ୍ପାଇକ୍ ହୋଲ୍ ଠାବ କଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ତେଲେଙ୍ଗାନା ଭଦ୍ରାଡି କଥାଗୁଡୁମ ଜିଲ୍ଲା ପୁସୁଗୁପା ଜଙ୍ଗଲରେ ୪, ୩୯୬ଟି ଲୁହାର ସ୍ପାଇକ ଜବତ ହୋଇଥିବା ସୂଚନା ମିଳିଛି । ନକ୍ସଲଙ୍କ ଏହି ଘଟଣାର ପର୍ଦାଫସ କରିଛନ୍ତି ଭଦ୍ରାଦି କଥାଗୁଡ଼ୁମ ଜିଲ୍ଲାର ଏସପି ପରିତୋଷ ପଙ୍କଜ । ଗତକାଲି ଛତିଶଗଡ଼ ଏବଂ ତେଲେଙ୍ଗାନା ପୁଲିସ ପକ୍ଷରୁ ସୀମାନ୍ତ ଜଙ୍ଗଲରେ ସର୍ଚ୍ଚ ଅପେରେସନ କରାଯାଇଥିଲା। ଏହି ସମୟରେ ସୁରକ୍ଷାକର୍ମୀମାନେ ସ୍ପାଇକ […]
କୋରାପୁଟ : ସୀମାନ୍ତ ଜଙ୍ଗଲରେ ସ୍ପାଇକ୍ ହୋଲ୍ ଠାବ କଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ତେଲେଙ୍ଗାନା ଭଦ୍ରାଡି କଥାଗୁଡୁମ ଜିଲ୍ଲା ପୁସୁଗୁପା ଜଙ୍ଗଲରେ ୪, ୩୯୬ଟି ଲୁହାର ସ୍ପାଇକ ଜବତ ହୋଇଥିବା ସୂଚନା ମିଳିଛି । ନକ୍ସଲଙ୍କ ଏହି ଘଟଣାର ପର୍ଦାଫସ କରିଛନ୍ତି ଭଦ୍ରାଦି କଥାଗୁଡ଼ୁମ ଜିଲ୍ଲାର ଏସପି ପରିତୋଷ ପଙ୍କଜ । ଗତକାଲି ଛତିଶଗଡ଼ ଏବଂ ତେଲେଙ୍ଗାନା ପୁଲିସ ପକ୍ଷରୁ ସୀମାନ୍ତ ଜଙ୍ଗଲରେ ସର୍ଚ୍ଚ ଅପେରେସନ କରାଯାଇଥିଲା। ଏହି ସମୟରେ ସୁରକ୍ଷାକର୍ମୀମାନେ ସ୍ପାଇକ ହଲ ଠାବ କରିଥିଲେ।
ପୂର୍ବରୁ ଜଙ୍ଗଲକୁ ବିଭିନ୍ନ କାମରେ ଯାଉଥିବା ବେଳେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ମରଣ ଯନ୍ତାରେ ଫସି ମୃତ୍ୟୁବରଣ କରିଛନ୍ତି ସୀମାନ୍ତବର୍ତ୍ତୀ ଗ୍ରାମର ଲୋକେ । ଉକ୍ତ ଜଙ୍ଗଲରୁ ପୋଲିସ ୪୩୯୬ଟି ଲୁହାର ସ୍ପାଇକ ଗୁଡିକ ଜବତ କରିଛି । ସେପଟେ ଏନେଇ ସୀମାନ୍ତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରିରଖିଛନ୍ତି ତିନି ରାଜ୍ୟର ପୋଲିସ।




