‘ୟୁଫୋରିଆ’ ବେଳେ ଦୁଇ ପ୍ରତିଷ୍ଠିତ ମେଡିକାଲ କଲେଜ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
ବୁର୍ଲା : ଆନ୍ତଃ ମେଡିକାଲ କଲେଜ ସାଂସ୍କୃତିକ କାର୍ଯ୍ୟକ୍ରମ ‘ୟୁଫୋରିଆ’ବେଳେ ୨ କଲେଜ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ନେଇଛି ଉଗ୍ରରୂପ I ଭୀମସାର ଏବଂ ବ୍ରହ୍ମପୁର ଏମ୍କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବର ନାଁ ହେଉଛି ୟୁଫୋରିଆ । ସୂଚନାନୁସାରେ,ପ୍ରତି ୩ ବର୍ଷରେ ଥରେ ମେଡିକାଲ କଲେଜ ମାନଙ୍କରେ ଆନ୍ତଃ କଲେଜ କାର୍ଯ୍ୟକ୍ରମ ‘ୟୁଫୋରିଆ’ ଆୟୋଜିତ ହୋଇଥାଏ I ଚଳିତ ବର୍ଷ ଏହି […]
ବୁର୍ଲା : ଆନ୍ତଃ ମେଡିକାଲ କଲେଜ ସାଂସ୍କୃତିକ କାର୍ଯ୍ୟକ୍ରମ ‘ୟୁଫୋରିଆ’ବେଳେ ୨ କଲେଜ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ନେଇଛି ଉଗ୍ରରୂପ I ଭୀମସାର ଏବଂ ବ୍ରହ୍ମପୁର ଏମ୍କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବର ନାଁ ହେଉଛି ୟୁଫୋରିଆ ।
ସୂଚନାନୁସାରେ,ପ୍ରତି ୩ ବର୍ଷରେ ଥରେ ମେଡିକାଲ କଲେଜ ମାନଙ୍କରେ ଆନ୍ତଃ କଲେଜ କାର୍ଯ୍ୟକ୍ରମ ‘ୟୁଫୋରିଆ’ ଆୟୋଜିତ ହୋଇଥାଏ I ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ବୁର୍ଲା ସ୍ଥିତ ଭିମସାର କଲେଜ ଆୟୋଜନ କରୁଥିଲା I ଏଥିରେ ଭାଗ ନେବାକୁ କଟକ ଏସସିବି ମେଡିକାଲ କଲେଜ ଓ ବ୍ରହ୍ମପୁର ଏମକେସିଜି ର ଛାତ୍ର ମାନେ ଭାଗ ନେଇଥିଲେ I ୟୁଫୋରିଆରେ ୫ରୁ ୭ ତାରିଖ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସବୁ ପ୍ରସ୍ତୁତି ସରିଥିଲା।
ଏହି ସମୟରେ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ବ୍ରହ୍ମପୁର ଏମକେସିଜି ଛାତ୍ର ଓ ଭିମସାର ଛାତ୍ର ମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା I ଏପରିକି ବ୍ରହ୍ମପୁର ମେଡିକାଲ କଲେଜ ଛାତ୍ର ବସରେ କାର୍ଯ୍ୟକ୍ରମ ସ୍ଥଳକୁ ଆସୁଥିବା ବେଳେ ଭିମସାର ଛାତ୍ରମାନେ ତମଙ୍କୁ ସ୍ୱାଗତ କରିବା ପରିବର୍ତେ ବସ ଭିତରେଁହି ତାଙ୍କ ଉପରକୁ ଅଗ୍ନିନିର୍ବାପକ ଗ୍ୟାସ ଛାଡିଥିଲେ I ଏଥିରେ ଅଣନିଶ୍ୱାସୀ ହୋଇ ହୋଇ କେତେକ ଛାତ୍ର ଗୁରୁତର ହୋଇଥିବା ସୂଚନା ମିଳିଛି I ଏହି ଘଟଣାକୁ ନେଇ ଉଭୟ କଲେଜ ଛାତ୍ରଙ୍କ ଗୋଷ୍ଠୀ ବିବାଦ ଉଗ୍ର ରୂପ ନେଇଥିଲା I
ଘଟଣା ସଂକ୍ରାନ୍ତରେ ଭିମ୍ସାର ଛାତ୍ର ସଂଘର କର୍ମକର୍ତ୍ତା ମୁହଁ ଖୋଲୁନଥିବା ବେଳେ ଭିମ୍ସାରର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡୁ କହିଛନ୍ତି ଯେ ଆସନ୍ତାକାଲି ଥାନାରେ ଏତଲା ଦିଆଯିବ। ଭିମ୍ସାର୍ରେ ଅସ୍ଥିରତା ସୃଷ୍ଟି ପାଇଁ ସବୁବେଳେ ଚେଷ୍ଟା କରାଯାଇଥାଏ। ଏହି ଘଟଣାରେ କିଛି ବାହାରିଆ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ କଣ ପାଇଁ ଏଭଳି ସ୍ଥିତି ସୃଷ୍ଟି ହେଲାର ବିସ୍ତୃତ ତଦନ୍ତ ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ବ୍ରହ୍ମପୁରର ସମସ୍ତ ପିଲା ଆଜି ରାତିରେ ଏକ ବସ୍ ଯୋଗେ ଫେରିଯିବେ ବୋଲି ଜଣା ପଡିଛି ।




