ଦୁର୍ଗାପୁର ଘଟଣା,ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଗିରଫ

ଭୁବନେଶ୍ୱର : ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା । ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଆସାନସୋଲ-ଦୁର୍ଗାପୁର କମିଶନରେଟ ପୁଲିସ। ପୁଋଷବନ୍ଧୁଙ୍କୁ ମିଶାଇ ଏହି ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଅନ୍ୟ ୫ ଜଣ ଗିରଫ ହୋଇଥିଲେ । ଛାତ୍ରୀଙ୍କୁ ରାତିରେ ହଷ୍ଟେଲରୁ ବାହାରକୁ ଆସିବା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି […]

ଦୁର୍ଗାପୁର ଘଟଣା,ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଗିରଫ
Samaya Live Picture
Published On

ଭୁବନେଶ୍ୱର : ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା । ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଆସାନସୋଲ-ଦୁର୍ଗାପୁର କମିଶନରେଟ ପୁଲିସ। ପୁଋଷବନ୍ଧୁଙ୍କୁ ମିଶାଇ ଏହି ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଅନ୍ୟ ୫ ଜଣ ଗିରଫ ହୋଇଥିଲେ । ଛାତ୍ରୀଙ୍କୁ ରାତିରେ ହଷ୍ଟେଲରୁ ବାହାରକୁ ଆସିବା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କମିଶନର ସୁନୀଲ ଚୌଧୁରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ପୀଡ଼ିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇନାହିଁ ବୋଲି କମିଶନର କହିଛନ୍ତି । କେବଳ ଜଣେ ଅଭିଯୁକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ସେ କହିଛନ୍ତି। ଟେକ୍ନିକାଲ ପ୍ରମାଣ ସହିତ ପୀଡ଼ିତାଙ୍କ ବୟାନ ଆଧାରରେ ଜଣେ ଦୁଷ୍କର୍ମ କରିଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୁର୍ଗାପୁର କମିଶନର କହିଛନ୍ତି । ତେବେ ଅନ୍ୟ ୫ ଜଣଙ୍କର କଣ ଭୂମିକା ରହିଛି ସେନେଇ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୫ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ ହୋଇଛି । ପୀଡ଼ିତା ନିଜେ ଏହି ମନ୍ତବ୍ୟ ଦେଇଛନ୍ତି ବୋଲି କମିଶନର କହିଛନ୍ତି।

Tags: