ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ପୀଡ଼ିତାଙ୍କ ବାପା

ପଶ୍ଚିମବଙ୍ଗ : ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାର ସିବିଆଇ ତଦନ୍ତ ଦାବି କଲେ ପୀଡ଼ିତାଙ୍କ ବାପା । ସେ କହିଲେ,ଘଟଣାର ସିବିଆଇ ତଦନ୍ତ କରାଯାଉ । ମୋ ଝିଅକୁ ନ୍ୟାୟ ମିଳିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ । ଅନ୍ୟପଟେ ରାଷ୍ଟ୍ରପତି ଓ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦାଖଲ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ଏନେଇ ରାଜଭବନର ଜଣେ ଅଧିକାରୀ କହିଛନ୍ତି। ରିପୋର୍ଟରେ ବୋଷ ଏହି ମାମଲାରେ […]

ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ପୀଡ଼ିତାଙ୍କ ବାପା
Samaya Live Picture
Published On

ପଶ୍ଚିମବଙ୍ଗ : ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାର ସିବିଆଇ ତଦନ୍ତ ଦାବି କଲେ ପୀଡ଼ିତାଙ୍କ ବାପା । ସେ କହିଲେ,ଘଟଣାର ସିବିଆଇ ତଦନ୍ତ କରାଯାଉ । ମୋ ଝିଅକୁ ନ୍ୟାୟ ମିଳିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ । ଅନ୍ୟପଟେ ରାଷ୍ଟ୍ରପତି ଓ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦାଖଲ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ଏନେଇ ରାଜଭବନର ଜଣେ ଅଧିକାରୀ କହିଛନ୍ତି। ରିପୋର୍ଟରେ ବୋଷ ଏହି ମାମଲାରେ ତାଙ୍କ ତଦନ୍ତର ବିସ୍ତୃତ ବିବରଣୀ ଏବଂ ପୀଡ଼ିତା ଓ ତାଙ୍କ ପିତାମାତାଙ୍କ ସହ ତାଙ୍କର ଆଲୋଚନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିବା ସହ ରିପୋର୍ଟର ଏକ ନକଲ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ପଠାଯାଇଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଦୁର୍ଗାପୁରକୁ ଯାଇ ଓଡ଼ିଶାର ଜଳେଶ୍ୱରରୁ ଆସିଥିବା ପୀଡ଼ିତା ଏବଂ ତାଙ୍କ ପିତାମାତାଙ୍କ ସହ କଥାବାର୍ତ୍ତା କରିଥିଲେ । ଗତ ଅକ୍ଟୋବର ୧୦ ତାରିଖ ସନ୍ଧ୍ୟାରେ ଦୁର୍ଗାପୁରରେ ଏକ ଘରୋଇ ମେଡିକାଲ କଲେଜ ର ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଣେ ଓଡ଼ିଆ ଏମ୍‌ବିବିଏସ୍‌ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ହଷ୍ଟେଲ ବାହାରକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶୀକାର ହୋଇଥିଲେ । ଏହି ଘଟଣାରେ ତାଙ୍କ ପୁରୁଷ ବନ୍ଧୁ ଓ୍ୱାସିଫ୍ ଅଲୀଙ୍କ ସହ ୬ ଜଣଙ୍କୁ ଗିରଫ କରିଛି ଦୁର୍ଗାପୁର କମିଶନରେଟ ପୋଲିସ । ଶୁକ୍ରବାର ରାତିରେ ପ୍ରକୃତରେ କଣ ଘଟିଥିଲା ତାର ସମ୍ପୂର୍ଣ୍ଣ ତଥ୍ୟ ହାସଲ ପାଇଁ ପଚରାଉଚୁରା କରିବ। ପୂର୍ବରୁ ୫ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ସେପଟେ ପୀଡିତା ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଯେତେ ଶୀଘ୍ର ଡାକ୍ତର ଡିସଚାର୍ଜ କରିଦେବେ ସେତେ ଶୀଘ୍ର ଝିଅକୁ ଘରକୁ ନେଇ ଯିବେ ବୋଲି କହିଛନ୍ତି ବାପା ।

Tags: