ଜମି ବିବାଦରୁ ୨ ପରିବାର ମଧ୍ୟରେ ହଣା କଟା,୧ ମୃତ ୨ଗୁରୁତର

ଅନୁଗୁଳ : ଜମିଜମା ବିବାଦରୁ ୨ ପରିବାର ମଧ୍ୟରେ ଘଟିଯାଇଛି ରକ୍ତାକ୍ତ ସଂଘର୍ଷ I ଟାଙ୍ଗିଆ ଛୋଟ ରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜରପଡ଼ାର ବଡ଼ ହିଂସର ଗାଁରେ। ଦୀର୍ଘ ଦିନ ହେବ ଜମି ବାଡ଼ିକୁ ନେଇ ନବିନା ସାହୁ ଓ ରଘୁନାଥ ସାହୁ ପରିବାରଙ୍କ ମଧ୍ୟରେ ଝଗଡା ଲାଗି ଆସୁଥିଲା। ଆଜି ସକାଳେ ସେହି ଜମାଜମାକୁ କେନ୍ଦ୍ର କରି ଦୁଇ ପରିବାର […]

Samaya Live Picture
Published On

ଅନୁଗୁଳ : ଜମିଜମା ବିବାଦରୁ ୨ ପରିବାର ମଧ୍ୟରେ ଘଟିଯାଇଛି ରକ୍ତାକ୍ତ ସଂଘର୍ଷ I ଟାଙ୍ଗିଆ ଛୋଟ ରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜରପଡ଼ାର ବଡ଼ ହିଂସର ଗାଁରେ।

ଦୀର୍ଘ ଦିନ ହେବ ଜମି ବାଡ଼ିକୁ ନେଇ ନବିନା ସାହୁ ଓ ରଘୁନାଥ ସାହୁ ପରିବାରଙ୍କ ମଧ୍ୟରେ ଝଗଡା ଲାଗି ଆସୁଥିଲା। ଆଜି ସକାଳେ ସେହି ଜମାଜମାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ପରେ ଠେଙ୍ଗା ଓ ମାରାଣସ୍ତ୍ରରେ ଉଭୟ ପରିବାର ମଧ୍ୟରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ନବୀନଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଅଶାନ୍ତି ଓ ରଘୁନାଥଙ୍କ ପୁଅ ବାପି ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।ମୃତ ବ୍ୟକ୍ତି ଜଣଙ୍କ ହେଲେ ନବୀନା ସାହୁ। ତାଙ୍କ ସ୍ତ୍ରୀ ଅଶାନ୍ତି ସାହୁ ଓ ବାପି ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଶାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି।

Tags: