ରାତି ଅଧରେ ଶିଶୁପାଳଗଡ଼ ଛକରେ ନିଶାଡ଼ିଙ୍କ ଉତ୍ପାତ
ଭୁବନେଶ୍ୱର : ରାତି ଅଧରେ ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଉପକଣ୍ଠ ଶିଶୁପାଳଗଡ଼ ଛକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଛି ସଂଘର୍ଷ। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ହାତରେ ମାରଣାସ୍ତ୍ର ଧରି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି I ଏଥିରେ ୧୨ ଟି ବାଇକ ଭାଙ୍ଗି ଚୁରମାର ହୋଇଛି I ଉତ୍ତେଜନା ଯୋଗୁଁ ଭୁବନେଶ୍ବର-ପୁରୀ ରାସ୍ତା ଅବରୋଧ କରାଯାଇଛି। ମିଳିଥିବା ଖବର ମୁତାବକ ଗତକାଲି ରାତି ୯.୩୦ ସମୟରେ ଶିଶୁପାଳଗଡ଼ ଅଂଚଳର […]
ଭୁବନେଶ୍ୱର : ରାତି ଅଧରେ ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଉପକଣ୍ଠ ଶିଶୁପାଳଗଡ଼ ଛକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଛି ସଂଘର୍ଷ। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ହାତରେ ମାରଣାସ୍ତ୍ର ଧରି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି I ଏଥିରେ ୧୨ ଟି ବାଇକ ଭାଙ୍ଗି ଚୁରମାର ହୋଇଛି I ଉତ୍ତେଜନା ଯୋଗୁଁ ଭୁବନେଶ୍ବର-ପୁରୀ ରାସ୍ତା ଅବରୋଧ କରାଯାଇଛି।
ମିଳିଥିବା ଖବର ମୁତାବକ ଗତକାଲି ରାତି ୯.୩୦ ସମୟରେ ଶିଶୁପାଳଗଡ଼ ଅଂଚଳର ଏକ ନିଛାଟିଆ ସ୍ଥାନରେ ବସି ୮ ଜଣ ମଦ ପିଉଥିଲେ । ଏହା ପରେ ନିଶାଶକ୍ତ ଅବସ୍ଥାରେ ଦୁଇ ଜଣ ଦୁର୍ବୃତ୍ତ ଗାଁ ଭିତରେ ପଶିଥିଲେ । ଗାଡି ସାଇଡ୍ ମାରିବା ବାହାନାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ଖଣ୍ଡା, ଭୁଜାଲି ଧରି ଯାହାକୁ ପାଇଲେ ଗୋଡାଇ ଗୋଡାଇ ହାଣିଲେ । ପ୍ରତିବାଦ କରିବାରୁ ୭ ଜଣ ଯୁବକଙ୍କୁ ଆକ୍ରମଣ କରିଥିଲେ । ପତିତପାବନ କ୍ଲବ ସମ୍ମୁଖରେ ଲୋକଙ୍କୁ ଗାଳିଗୁଲଜ କଲେ। ହାତରେ ଖଣ୍ଡା, ଗୁପ୍ତି ଓ ଭୁଜାଲି ଭଳି ମାରଣାସ୍ତ୍ର ଧରି ଗାଁ କ୍ଲବ ଘର, ଶିଶୁପାଳଗଡ଼ ଛକ ଓ ନୂଆଗାଁ ଛକରେ ଯାହାକୁ ପାଇଲେ ଗୋଡ଼େଇ ଗୋଡ଼େଇ ହାଣିଲେ। ଫଳରେ ୩ ଜଣ ଆହତ ହୋଇଛନ୍ତି ।
ଅପରପକ୍ଷରେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଲୋକେ ଧଉଳି ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ସଙ୍ଗେ ସଙ୍ଗେ ଜଣାଇଥିଲେ। ପରେ ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୋଲସି ମୁତୟନ କରାଯାଇଛି। ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଆକ୍ରମଣ କାରୀଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଶିଶୁପାଳଗଡ଼ ଅଣ୍ଚାର ହୋଇଥିବା ସୂଚନା ମିଳିଛି I




