ଯୌତୁକ ଯୁଇରେ ବଳି ପଡିଲେ ଶିକ୍ଷୟିତ୍ରୀ

ନୟାଗଡ଼ : ଯିଏ ସମାଜକୁ ଶିକ୍ଷା ଦେଇ କୁସଂସ୍କାର ଦୂର କରିଥାନ୍ତେ,ଶେଷରେ ସେ ନିଜେହିଁ କୁସଂସ୍କାର ପ୍ରଥାରେ ବଳି ପଡିଛନ୍ତି I ଯୌତୁକ ରୂପି ରାକ୍ଷସ କବଳରୁ ବର୍ତି ପାରିନାହାନ୍ତି ଶିକ୍ଷୟିତ୍ରୀ I ଶାଶୂଘର ଲୋକଙ୍କୁ ଗ୍ରାସ କଲା ଟଙ୍କା ଲୋଭ I ଶେଷରେ ପିଟିପିଟି ମାରିଦେଲେ ଓଡଗାଁ ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ ଥିବା ବୋହୂ ପଦ୍ମିନୀ ପ୍ରଧାନଙ୍କୁ l ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ I ଏହି ଘଟଣାରେ ସ୍ୱାମୀଙ୍କ […]

Samaya Live Picture
Published On

ନୟାଗଡ଼ : ଯିଏ ସମାଜକୁ ଶିକ୍ଷା ଦେଇ କୁସଂସ୍କାର ଦୂର କରିଥାନ୍ତେ,ଶେଷରେ ସେ ନିଜେହିଁ କୁସଂସ୍କାର ପ୍ରଥାରେ ବଳି ପଡିଛନ୍ତି I ଯୌତୁକ ରୂପି ରାକ୍ଷସ କବଳରୁ ବର୍ତି ପାରିନାହାନ୍ତି ଶିକ୍ଷୟିତ୍ରୀ I ଶାଶୂଘର ଲୋକଙ୍କୁ ଗ୍ରାସ କଲା ଟଙ୍କା ଲୋଭ I ଶେଷରେ ପିଟିପିଟି ମାରିଦେଲେ ଓଡଗାଁ ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ ଥିବା ବୋହୂ ପଦ୍ମିନୀ ପ୍ରଧାନଙ୍କୁ l ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ I ଏହି ଘଟଣାରେ ସ୍ୱାମୀଙ୍କ ସହିତ ପୁରା ପରିବାର ସମ୍ପୃକ୍ତ ରହିଥିଲେ I ଘଟଣାର ଖବରପାଇ ଇଟାମାଟି ପୋଲିସ ଅଭିଯୁକ୍ତ ସ୍ୱାମୀ ତପନ ସ୍ୱାଇଁଙ୍କୁ ଅଟକ ରଖିଥିବାବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି I

ସୂଚନାନୁସାରେ, ଶିକ୍ଷୟିତ୍ରୀ ପଦ୍ମିନୀ ପ୍ରଧାନ ୯ ଵର୍ଷ ତଳେ ଚମ୍ପତିପୁର ଗାଁର ତପନ ସ୍ୱାଇଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ପଦ୍ମିନୀ ଓଡଗାଁ ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସ୍ୱାମୀ ଇଟାମାଟି କଲେଜରେ କ୍ଲର୍କ ଥିଲେ। ସେମାନଙ୍କର ୪ ବର୍ଷର ଏକ ପୁଅ ରହିଛି । ମଝିରେ ମଝିରେ ସ୍ୱାମୀ ତପନଙ୍କ ସହିତ ଶାଶୂଘର ଲୋକେ ପଦ୍ମିନୀଙ୍କୁ ବାପଘରୁ ଅଧିକ ଟଙ୍କା ଆଣିବାକୁ ଚାପ ପକାଉଥିଲେ I ତେବେ ଏଥିରେ ରାଜି ନଥିଲେ ପଦ୍ମିନୀ I ଘଟଣା ଘଟିବାର କିଛିଦିନ ପୂର୍ବରୁ ସ୍ୱାମୀ ତପନ ପଦ୍ମିନୀଙ୍କୁ କାର କିଣିବାପାଇଁ ୮୦ ଲକ୍ଷ ଟଙ୍କା ବାପଘରୁ ଆଣିବାକୁ କହିଥିଲେ I କିନ୍ତୁ ମନା କରିବାରୁ ପଦ୍ମିନୀଙ୍କ ଉପରେ ହେଉଥିଲା ଅକଥନୀୟ ଅତ୍ୟାଚାର I ଦିନକୁ ଦିନ ମାରଧର ବଢି ଚାଲିଥିଲା I ଏହି କଥାକୁ ନେଇ ଘଟଣା ଦିନ ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା I ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ତପନଙ୍କ ସହିତ ପରିବାରର ଅନ୍ୟମାନେ ମିଶି ପଦ୍ମିନୀଙ୍କୁ ନିର୍ଘାତ ମାଡ଼ ମାରିଥିଲେ I ଏଥିରେ ପଦ୍ମିନୀ ତଳେ ପଡିଯାଇ ତାଙ୍କର ମୁଣ୍ଡ ଫାଟିଯାଇଥିଲା I ତେବେ ପଦ୍ମିନୀଙ୍କର ମୃତ୍ୟୁ ଘଟିବାରୁ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଫ୍ୟାନରେ ଟାଙ୍ଗିଦେଇ,ତୁମ ଝିଅ ଆତ୍ମହତ୍ୟା କରିଛି ବୋଲି ପଦ୍ମିନୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ଶାଶୂଘର ଲୋକେ । ପଦ୍ମିନୀଙ୍କ ଘରଲୋକେ ଆସି ଦେଖିବାବେଳକୁ ଝିଅର ମୃତଦେହକୁ ତଳେ ଶୁଆଇ ଦିଆଯାଇଥିଲା ଏବଂ ତାଙ୍କ ମୁଣ୍ଡ ପଛପଟେ ଫାଟିଯାଇ ରକ୍ତସ୍ରାବ ହେଉଥିଲା I ଏହି ଘଟଣାର ମୁକ ସାକ୍ଷୀ ଥିଲା ତାଙ୍କ ୪ ବର୍ଷର ପୁଅ I ମା’ଙ୍କୁ ବାପା ସମେତ ପରିବାରର ଅନ୍ୟମାନେ ମିଶି ପିଟି ପିଟି ମାରି ଦେଇଥିବା କୁନି ପିଲାଟି ବଖାଣିଛି। ତେଣୁ ଝିଅକୁ ପିଟି ପିଟି ଶାଶୁ ଘର ଲୋକେ ମାରି ଦେଇଥିବା ସେମାନେ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ୍‌ ତପନଙ୍କୁ ଅଟକ ରଖି ଥାନାକୁ ନେଇଥିବା ବେଳେ ପରିବାରର ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି।

Tags: