ବାହା ବେଦୀରେ ଯୌତୁକ ମାଗି ହଟହଟ୍ଟା ହେଲା ବର

ବଲାଙ୍ଗୀର : ବାହା ବେଦୀରୁ ଥାନା ପହଁଚିଲା ଯୌତୁକ ଲୋଭୀ ବର I ବଲାଙ୍ଗିର ସହର ଶ୍ରୀରାମ ନଗରରେ ବାହାବେଦୀରେ ବାଇକ ଯୌତୁକ ମାଗି ଅଡ଼ୁଆରେ ବର । ବାହା ଭାଙ୍ଗି ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ବେଦୀରୁ ବରକୁ ଉଠାଇଆଣିଲା ଟାଉନ ପୁଲିସ। ଘଟଣା ଘଟିଛି ବଲାଙ୍ଗିର ସହର ଶ୍ରୀରାମନଗରରେ I ଘଟନାନୁଯାୟୀ ବୁର୍ଲାର ଏମଡି ଶେଖ ଖୁରେସି ଗୁରୁବାର ଶ୍ରୀରାମନଗରକୁ ବରଯାତ୍ରୀରେ ଆସିଥିଲେ। ପ୍ରୋସେସନ ପରେ ମୁସଲିମ ରୀତିନୀତିରେ ଆରମ୍ଭ ହୋଇଥିଲା ନିକାହ […]

Samaya Live Picture
Published On

ବଲାଙ୍ଗୀର : ବାହା ବେଦୀରୁ ଥାନା ପହଁଚିଲା ଯୌତୁକ ଲୋଭୀ ବର I ବଲାଙ୍ଗିର ସହର ଶ୍ରୀରାମ ନଗରରେ ବାହାବେଦୀରେ ବାଇକ ଯୌତୁକ ମାଗି ଅଡ଼ୁଆରେ ବର । ବାହା ଭାଙ୍ଗି ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ବେଦୀରୁ ବରକୁ ଉଠାଇଆଣିଲା ଟାଉନ ପୁଲିସ। ଘଟଣା ଘଟିଛି ବଲାଙ୍ଗିର ସହର ଶ୍ରୀରାମନଗରରେ I

ଘଟନାନୁଯାୟୀ ବୁର୍ଲାର ଏମଡି ଶେଖ ଖୁରେସି ଗୁରୁବାର ଶ୍ରୀରାମନଗରକୁ ବରଯାତ୍ରୀରେ ଆସିଥିଲେ। ପ୍ରୋସେସନ ପରେ ମୁସଲିମ ରୀତିନୀତିରେ ଆରମ୍ଭ ହୋଇଥିଲା ନିକାହ ବା ବିବାହ। ବାହାଘର ରୀତି ନୀତି ଅନୁସାରେ ସଂପର୍ଣ୍ଣ ହେଲା ପରେ ସମସ୍ତ ଖାଇବାକୁ ଯାଇଥିଲେ। I କିନ୍ତୁ ବର ବାଇକ ଡିମାଣ୍ଡ କରି ନଖାଇ ନିଜ ଜିଦରେ ଅଟଳ ରହିଥିଲା II ନହେଲେ ବାହା ବେଦୀରୁ ଉଠିଯିବାକୁ ଧମକ ବି ଦେଇଥିଲା I ଏହାକୁ ନେଇ ଉଭୟ କନ୍ୟା ଓ ବାର ଘର ମଧ୍ୟରେ ବିବାଦ ଦେଖା ଦେଇଥିଲା I କନ୍ୟାପିତା ଯେତେ ନେହୁରା ହେଲେ ମଧ୍ୟ କେହି ଶୁଣିନଥିଲେ। ଯାହା ଫଳରେ ଶେଷରେ ଟାଉନ ପୁଲିସକୁ ଖବର ଦେଇଥିଲେ କନ୍ୟାପିତା। ଟାଉନ ପୁଲିସ ବେଦିରୁ ବର ଓ କିଛି ସମ୍ପର୍କୀୟଙ୍କୁ ଉଠାଇଆଣିଥିଲା | ବରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୁଲିସ I ବାହା ବେଦିରେ ଯୌତୁକ ଦାବି କରିବାରୁ ବାହା ଘରକୁ ଭାଙ୍ଗି ଦେଇଛନ୍ତି କନ୍ୟାପିତା I ଏହା ସହିତ ଯୌତୁକ ଲୋଭୀ ବର ନିକଟରୁ କନ୍ୟା ଘର ପକ୍ଷରୁ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ଫେରସ୍ତ କରିବାକୁ ଦାବି କରିଛନ୍ତି I

Tags: