ପ୍ରତିଶୋଧ ପାଇଁ କୋରାପୁଟରେ ଡବଲ ମର୍ଡର

ପଟ୍ଟାଙ୍ଗି : ପ୍ରତିଶୋଧରୁ ହତ୍ୟାକାଣ୍ଡ I କୋରାପୁଟ କୁନ୍ଦୁଲି ହାଟପଦାରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ବାପା ଏବଂ ପୁଅର ଆକ୍ରମଣରେ ଟେମା ଗାଁର ଯୁବକଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତକ ହେଲେ ଗୋବର୍ଦ୍ଧନ ପାଣ୍ଡକା ଓ ରାଜକୁମାର ରୁଡ଼ି। ମିଳିଥିବା ସୂଚନାଅନୁସାରେ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କୁ ପ୍ରଥମେ ହତ୍ୟା କରିଥିଲେ ବାପପୁଅ ଯୋଗୁଲୁ ରୁଡ଼ି ଏବଂ ପୁଅ ରାଜକୁମାର ରୁଡ଼ି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପରେ ହାଟପଦା […]

Samaya Live Picture
Published On

ପଟ୍ଟାଙ୍ଗି : ପ୍ରତିଶୋଧରୁ ହତ୍ୟାକାଣ୍ଡ I କୋରାପୁଟ କୁନ୍ଦୁଲି ହାଟପଦାରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ବାପା ଏବଂ ପୁଅର ଆକ୍ରମଣରେ ଟେମା ଗାଁର ଯୁବକଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତକ ହେଲେ ଗୋବର୍ଦ୍ଧନ ପାଣ୍ଡକା ଓ ରାଜକୁମାର ରୁଡ଼ି।

ମିଳିଥିବା ସୂଚନାଅନୁସାରେ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କୁ ପ୍ରଥମେ ହତ୍ୟା କରିଥିଲେ ବାପପୁଅ ଯୋଗୁଲୁ ରୁଡ଼ି ଏବଂ ପୁଅ ରାଜକୁମାର ରୁଡ଼ି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପରେ ହାଟପଦା ଗାଁର ଯୁବକ ରାଜକୁମାର ରୁଡିଙ୍କୁ ପିଟି ପିଟି ହତ୍ୟା କରିଥିଲେ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଞ୍ଚି ପଟ୍ଟାଙ୍ଗୀ ପୋଲିସର ତଦନ୍ତ ଆରମ୍ଭ କରିଛି ।

Tags: