ସମ୍ପତି ଲୋଭରେ ମା’ଓ ଭଉଣୀଙ୍କୁ ହତ୍ୟା

ସମ୍ବଲପୁର : ସମ୍ପତି ଲୋଭ ହେଲା କାଳ । ବୃଦ୍ଧା ମା’ ଏବଂ ଭଉଣୀଙ୍କୁ ଜିଅନ୍ତା ଜାଳି ହତ୍ୟା । କିନ୍ତୁ ଏହାକୁ ଅଗ୍ନିକାଣ୍ଡର ରୂପ ଦେବାକୁ ଯାଇ ପୋଲିସ ହାତରେ ଧରା ପଡିଛନ୍ତି ବାପା ଓ ପୁଅ । ଗତକାଲି ସମ୍ବଲପୁର ମାନେଶ୍ବର ହାଟପଦା ଅଞ୍ଚଳରେ ମାଆ ଓ ଝିଅଙ୍କ ଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ମୃତ ବୃଦ୍ଧାଙ୍କ ପୁଅ ଓ ନାତିଙ୍କୁ ଗିରଫ କରିଛି ସମ୍ବଲପୁର […]

Samaya Live Picture
Published On

ସମ୍ବଲପୁର : ସମ୍ପତି ଲୋଭ ହେଲା କାଳ । ବୃଦ୍ଧା ମା’ ଏବଂ ଭଉଣୀଙ୍କୁ ଜିଅନ୍ତା ଜାଳି ହତ୍ୟା । କିନ୍ତୁ ଏହାକୁ ଅଗ୍ନିକାଣ୍ଡର ରୂପ ଦେବାକୁ ଯାଇ ପୋଲିସ ହାତରେ ଧରା ପଡିଛନ୍ତି ବାପା ଓ ପୁଅ । ଗତକାଲି ସମ୍ବଲପୁର ମାନେଶ୍ବର ହାଟପଦା ଅଞ୍ଚଳରେ ମାଆ ଓ ଝିଅଙ୍କ ଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ମୃତ ବୃଦ୍ଧାଙ୍କ ପୁଅ ଓ ନାତିଙ୍କୁ ଗିରଫ କରିଛି ସମ୍ବଲପୁର ସଦର ଥାନା ପୋଲିସ। ସେମାନେ ହେଲେ ଜଗନ୍ନାଥ ଦିକ୍ଷୀତ ଓ ତାଙ୍କ ପୁଅ ସଙ୍କେତ ଦିକ୍ଷୀତ ।ମୃତକ ହେଉଛନ୍ତି ୯୨ବର୍ଷ ବର୍ଷୀୟା ମା’ସ୍ନେହଲତା ଦୀକ୍ଷିତ ଏବଂ ୬୨ ବର୍ଷ ବର୍ଷୀୟା ଅବିବାହିତା ଭଉଣୀ ସିରିନ୍ଧ୍ରି ଦୀକ୍ଷିତ । ସେ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ।

ଘରେ ମାଆ, ଝିଅ ଶୋଇଥିବା ବେଳେ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ୨ ଜଣଙ୍କୁ ଘର ଭିତରେ ପେଟ୍ରୋଲ ଢାଳି ଜାଳି ଦେଇଥିଲେ ଅଭିଯୁକ୍ତ ବାପା ପୁଅ। ସ୍ନେହଲତାଙ୍କର ୪ ଝିଅ ଓ ଜଣେ ପୁଅ ଥିଲେ । କିନ୍ତୁ ପୂର୍ବରୁ ୨ ଝିଅଙ୍କର ମୃତ୍ୟୁ ଘଟି ସାରିଥିବାବେଳେ ଗତକାଲି ସିରିନ୍ଧ୍ରିଙ୍କର ନିଆଁରେ ପୋଡି ହୋଇ ମୃତ୍ୟୁ ଘଟିଛି ।

ଘଟଣାନୁସାରେ,ଗତକାଲି ମାନେଶ୍ବର ହାଟପଦା ଅଞ୍ଚଳରେ ଏକ ୨ ମହଲା ଘରର ଉପର ମହଲାରୁ ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଥିବା ୨ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ସମ୍ବଲପୁର ମାନେଶ୍ଵର ପୋଲିସ । ତେବେ ସମ୍ପତ୍ତି ପାଇଁ ମା’ ଓ ଭଉଣୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ସାନ ଝିଅ ଇନ୍ଦ୍ରାଣୀ ପୁରୋହିତ ।

ସିରିନ୍ଧ୍ରି ଓ ମା ସ୍ନେହଲତା ଘରର ଉପର ମହଲାରେ ରହୁଥିବାବେଳେ ଭାଇ ଜଗନ୍ନାଥ ତାଙ୍କ ପରିବାର ସହିତ ତଳ ମହଲାରେ ରହୁଥିଲେ । ବାର୍ଦ୍ଧକ୍ୟ ଯୋଗୁଁ ସ୍ନେହଲତା କିଛି ଦିନ ହେଲା ଶଯ୍ୟାଶାୟୀ ଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଘରର ଉପର ମହଲାରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ସହ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରି ମୃତଦେହ ଉଦ୍ଧାର କରିଥିଲା । ଏ ସମ୍ପର୍କରେ ସଦର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ସାବିତ୍ରୀ ବଳ କହିଛନ୍ତି ।

ଘଟଣା ସମ୍ପର୍କରେ ଜଗନ୍ନାଥ ଦୀକ୍ଷିତ କହିଛନ୍ତି ଯେ, ରାତିରେ ଆମେ ଶୋଇଥିବାବେଳେ ବାହାରୁ ଜଣେ ଡାକ ଦେଇ ଘର ଉପର ମହଲା ଜଳୁଥିବା ଖବର ଦେବାରୁ ତୁରନ୍ତ ଅଗ୍ନିଶମ ଓ ପୁଲିସକୁ ଖବର ଦେଇଥିଲୁ। ମୋ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଅଟେ। ମୋତେ ମୋ’ ଭାଗର ଜମି ଦିଆଯାଇଥିଲା। ମା’ ମଧ୍ୟ ଜମି ରଖିଥିଲେ। ମୁଁ ବାପାଙ୍କ ସମସ୍ତ କ୍ରିୟାକର୍ମ କରିଛି। ମୋର ବଡ଼ଭଉଣୀ ସହିତ ଆମର ସମ୍ପର୍କ ଭଲ ଥିଲା ବୋଲି ଜଗନ୍ନାଥ କହିଛନ୍ତି।

Tags: