ମା’ ଓ ଦେଢ଼ ବର୍ଷ ପୁଅକୁ କୁରାଢ଼ିରେ ହାଣି ହତ୍ୟା

ସମ୍ବଲପୁର : ଘରେ ପଶି ଦେଢ଼ ବର୍ଷର ପୁତୁରା ଓ ଭାଇ ବୋହୁଙ୍କୁ କୁରାଢ଼ିରେ ହାଣି ହତ୍ୟା କଲା ଦେଢଶୁର I ଗତକାଲି ବିଳମ୍ବିତ ରାତିରେ ଏଭଳି ନୃଶଂସ ହତ୍ୟା କାଣ୍ଡ ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦଲକିବାହାଲ ଗାଁରେ I ହତ୍ୟାକାରୀ ହେଲା ଲୋଚନ ପିଙ୍ଗ ଏବଂ ମୃତକ ହେଲେ ପୂର୍ଣ୍ଣିମା ପିଙ୍ଗ ଓ ଦେଢ଼ ବର୍ଷର ପୁଅ ୟେଶୁ ପିଙ୍ଗ I ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ I […]

Samaya Live Picture
Published On

ସମ୍ବଲପୁର : ଘରେ ପଶି ଦେଢ଼ ବର୍ଷର ପୁତୁରା ଓ ଭାଇ ବୋହୁଙ୍କୁ କୁରାଢ଼ିରେ ହାଣି ହତ୍ୟା କଲା ଦେଢଶୁର I ଗତକାଲି ବିଳମ୍ବିତ ରାତିରେ ଏଭଳି ନୃଶଂସ ହତ୍ୟା କାଣ୍ଡ ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦଲକିବାହାଲ ଗାଁରେ I ହତ୍ୟାକାରୀ ହେଲା ଲୋଚନ ପିଙ୍ଗ ଏବଂ ମୃତକ ହେଲେ ପୂର୍ଣ୍ଣିମା ପିଙ୍ଗ ଓ ଦେଢ଼ ବର୍ଷର ପୁଅ ୟେଶୁ ପିଙ୍ଗ I ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ I ଅଭିଯୁକ୍ତ ଲୋଚନକୁ ଅଟକ ରଖିଛି ପୋଲିସ I

ଘଟନାନୁସାରେ,ଗତକାଲି ରାତିରେ ପୂର୍ଣ୍ଣିମା ଏବଂ ୟେଶୁ ଘରେ ଶୋଇଥିବାବେଳେ,ବିଳମ୍ବିତ ରାତିରେ କବାଟ ଭାଙ୍ଗି ଘରେ ପଶିଥିଲା ଅଭିଯୁକ୍ତ I ପ୍ରଥମେ କୁରାଢ଼ିରେ ହାଣି ପୂର୍ଣ୍ଣିମାକୁ ହତ୍ୟା କରିଥିବାବେଳେ,ପାଖରେ ଶୋଇଥିବା କୁନିପୁଅ ୟେଶୁ କାନ୍ଦିବାରୁ ତାକୁ ମଧ୍ୟ ହାଣି ହତ୍ୟା କରିଥିଲା I ରାତିରେ ମା’ପୁଅଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ I ଘଟଣାସ୍ଥଳରେ ଗୋବିନ୍ଦପୁର ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏହାସହ ଅଭିଯୁକ୍ତ ଲୋଚନକୁ ଅଟକ ରଖିଛି।

Tags: