ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଡାକ୍ତର
ଯାଜପୁର : ଅତି ଲୋଭ ହୋଇଥାଏ କାଳ I ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଡାକ୍ତର I ଡାକ୍ତରଙ୍କ ସହିତ ତାଙ୍କ ସିକ୍ୟୁରିଟି ଗାର୍ଡଙ୍କୁ ବି ଧରିଛି ଭିଜିଲାନ୍ସ I ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ I ଅଭିଯୁକ୍ତ ଦୁଇ ଜଣ ହେଲେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପବିତ୍ର ସେଠୀ ଓ ସୁରକ୍ଷାକର୍ମୀ ଅଭିରାମ କାଣ୍ଡି। ଘଟନାନୁସାରେ,ମାର୍ଚ୍ଚ ୩୧ ତାରିଖରେ ଦାନଗଦି ଅଞ୍ଚଳରେ ବଜ୍ରପାତରେ […]
ଯାଜପୁର : ଅତି ଲୋଭ ହୋଇଥାଏ କାଳ I ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଡାକ୍ତର I ଡାକ୍ତରଙ୍କ ସହିତ ତାଙ୍କ ସିକ୍ୟୁରିଟି ଗାର୍ଡଙ୍କୁ ବି ଧରିଛି ଭିଜିଲାନ୍ସ I ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ I ଅଭିଯୁକ୍ତ ଦୁଇ ଜଣ ହେଲେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପବିତ୍ର ସେଠୀ ଓ ସୁରକ୍ଷାକର୍ମୀ ଅଭିରାମ କାଣ୍ଡି।
ଘଟନାନୁସାରେ,ମାର୍ଚ୍ଚ ୩୧ ତାରିଖରେ ଦାନଗଦି ଅଞ୍ଚଳରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। ହେଲେ ମୃତକଙ୍କ ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ (ଡେଥ୍ ସାର୍ଟିଫିକେଟ) ଦିଆଯାଉନଥିଲା। ମୃତକଙ୍କ ପୁଅ ବାରମ୍ବାର ଦୌଡ଼ି ନିରାଶ ହୋଇଥିଲେ ମଧ୍ୟ କେହି ଶୁଣି ନଥିଲେ I ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ବିଭାଗୀୟ ଡାକ୍ତର ପବିତ୍ର କୁମାର ସେଠୀ, ସୁରକ୍ଷାକର୍ମୀ ଅଭିରାମ କାଣ୍ଡିଙ୍କ ମାଧ୍ୟମରେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ପୁଅ ଜଣକ କଟକ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସୁରକ୍ଷାକର୍ମୀ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ସାଦା ପୋଷାକରେ ଥିବା ଭିଜିଲାନ୍ସ କର୍ମୀମାନେ ଚଢ଼ାଉ କରି ଉକ୍ତ ଟଙ୍କାକୁ ଜବତ କରିଛନ୍ତି । ଏହା ସହିତ ଅଭିଯୁକ୍ତ ଡାକ୍ତର ଓ ସୁରକ୍ଷା କର୍ମୀଙ୍କର ଅନ୍ୟାନ୍ୟ ଠିକଣା ଉପରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ I




