ମେଡିକାଲ କଲେଜ ପରିସରରେ ଡାକ୍ତରଙ୍କ ଆତ୍ମହତ୍ୟା

ବାରିପଦା : ଡାକ୍ତରଙ୍କ ଆତ୍ମହତ୍ୟା I ସେ ହାଉସ ସର୍ଜନ ଭାବରେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ଜଣା ପଡିବା ପରେ କଲେଜ ପରିସର ରେ ଶୋକର ଛାୟା ଖେଳି ଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆ ସ୍ଥିତ ପିଆରଏମ ମେଡିକାଲ କଲେଜ ପରିସରରେ। ମୃତ ଡାକ୍ତରଙ୍କ ନାଁ ସଚିନ […]

Samaya Live Picture
Published On

ବାରିପଦା : ଡାକ୍ତରଙ୍କ ଆତ୍ମହତ୍ୟା I ସେ ହାଉସ ସର୍ଜନ ଭାବରେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ଜଣା ପଡିବା ପରେ କଲେଜ ପରିସର ରେ ଶୋକର ଛାୟା ଖେଳି ଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆ ସ୍ଥିତ ପିଆରଏମ ମେଡିକାଲ କଲେଜ ପରିସରରେ। ମୃତ ଡାକ୍ତରଙ୍କ ନାଁ ସଚିନ କୁମାର ସାହୁ I ଘର କେନ୍ଦୁଝର ବୋଲି ଜଣା ପଡିଛି I

ଗତକାଲି ମେଡିକାଲର ସର୍ଜରୀ ୱାର୍ଡରେ ନିଜ କାର୍ଯ୍ୟ ଶେଷ କରି ସେ ହଷ୍ଟେଲକୁ ଫେରି ତାଙ୍କ ରୁମ୍‌ରେ ବିଶ୍ରାମ ନେଉଥିଲେ। ତେବେ ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ କିଛି ଡାକ୍ତରୀ ଛାତ୍ର କବାଟ ଭାଙ୍ଗି ଦେଇଥିଲେ। କବାଟ ଭାଙ୍ଗିବା ପରେ ସେମାନେ ଡାକ୍ତର ସଚିନ ସାହୁଙ୍କୁ ତାଙ୍କ ରୁମ୍‌ରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ସୂଚନାନୁସାରେ,ସଚିନ ଜଣେ ଅତି ଶାନ୍ତ ସରଳ ପ୍ରକୃତିର ପିଲା ଥିଲେ ବୋଲି ତାଙ୍କର ସହକର୍ମୀ ଡାକ୍ତରମାନେ କହିଛନ୍ତି I ସେ ହାଉସ ସର୍ଜନ ଭାବରେ ଆଉ ଛଅ ମାସ ପରେ ଡାକ୍ତରୀ ଶିକ୍ଷା ଶେଷ କରି ସିଏଚସିରେ ଡାକ୍ତର ଭାବେ ନିଯୁକ୍ତି ପାଇଥାନ୍ତେ । ପରନ୍ତୁ ସନ୍ଧ୍ୟା ୭ଟା ସମୟରେ ସେ କୌଣସି କାରଣରୁ ନିଜ ଛାତ୍ରାବାସ କୋଠରୀ ଫ୍ୟାନରେ ବିଛଣା ଚଦର ସାହାଯ୍ୟରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ଛାତ୍ରବାସର ଜଣକିଆ ରୁମରେ ସେ ଏକୁଟିଆ ରହୁଥିଲେ ।ତାଙ୍କ ମୃତ୍ୟୁରେ ହସ୍ପିଟାଲ ପରିସରରେ ଶୋକର ଛାୟା ଖେଳିଯାଇଛି। ବାରିପଦା ସଦର ଥାନା ପୋଲିସ ମେଡିକାଲ କଲେଜ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ସାଥି ଡାକ୍ତର କିମ୍ବା ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ

Tags: