ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର

ଦିଗପହଣ୍ଡି : ଚରମ ସୀମାରେ ପହଁଚିଲାଣି ସରକାରୀ କର୍ମଚାରୀଙ୍କ ଦୁର୍ନୀତି I କଳାଧନ ଠୁଳ କରି ପ୍ରତିଦିନ କେହି ନI କେହି ଜଣେ ଭିଜିଲାନ୍ସ ହାତରେ ଧରା ପଡୁଛନ୍ତି I ଆଜି ପୁଣି ଜଣେ ସରକାରୀ ବାବୁଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ I ବାବୁ ଜଣକ ହେଉଛନ୍ତି ଦିଗପହଣ୍ଡି ରେଞ୍ଜର କାନ୍ହୁ ଚରଣ ପଟନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ତାଙ୍କ ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ ଏବଂ […]

Samaya Live Picture
Published On

ଦିଗପହଣ୍ଡି : ଚରମ ସୀମାରେ ପହଁଚିଲାଣି ସରକାରୀ କର୍ମଚାରୀଙ୍କ ଦୁର୍ନୀତି I କଳାଧନ ଠୁଳ କରି ପ୍ରତିଦିନ କେହି ନI କେହି ଜଣେ ଭିଜିଲାନ୍ସ ହାତରେ ଧରା ପଡୁଛନ୍ତି I ଆଜି ପୁଣି ଜଣେ ସରକାରୀ ବାବୁଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ I ବାବୁ ଜଣକ ହେଉଛନ୍ତି ଦିଗପହଣ୍ଡି ରେଞ୍ଜର କାନ୍ହୁ ଚରଣ ପଟନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ତାଙ୍କ ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଚାଲିଛି ଭିଜିଲାନ୍ସର ଚଢ଼ାଉ ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟରୁ ଘରକୁ ଫେରୁଥିଲେ ରେଞ୍ଜର କାନ୍ହୁ ଚରଣ ସେ ଅଫିସ ଗାଡ଼ିରେ ଦିଗପହଣ୍ଡିରୁ ବ୍ରହ୍ମପୁର ଯାଉଥିବାବେଳେ ଗଣିଆ ନାଳ ଛକ ନିକଟରେ ଅଟକାଇଥିଲା ଭିଜିଲାନ୍ସ ଟିମ୍‌। ଗାଡ଼ିରୁ ଯାଞ୍ଚ ବେଳେ ମିଳିଥିଲା ଦେଢ଼ ଲକ୍ଷ ଟଙ୍କା। ଏହି ଟଙ୍କା ବାବଦରେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରିନ ଥିବାବେଳେ ଅନ୍ୟ ଏକ ସ୍ଥାନରୁ ଅନୁରୂପ ୩ ଲକ୍ଷ ଟଙ୍କା ମିଳିଥିଲା । ଏହା ଅନୈତିକ ଉପାୟରେ ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଅର୍ଜନ କରିଥିବା ଭିଜିଲାନ୍ସ ସନ୍ଦେହ କରିଥିଲା। ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆଣିଲେ ବୋଲି ଭିଜିଲାନ୍ସର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ରେଞ୍ଜର। ଏନେଇ ଅଧିକ ତଦନ୍ତ ଜାରି ରହିଛି। ରାତି ଅଧରୁ ଭିଜିଲାନ୍ସର ୬ ଜଣିଆ ଟିମ୍‌ ଚଢାଉ ଜାରି ର ବ୍ରହ୍ମପୁରର ୬ ଜଣିଆ ଟିମ ଚଢ଼ାଉ କରୁଛନ୍ତି । ଗତକାଲି ରାତିରେ ଦିଗପହଣ୍ଡି କାର୍ଯ୍ୟାଳୟ, ସରକାରୀ ବାସଭବନରେ ଯାଞ୍ଚ କରାଯାଇଥିଲା । ଆଜି ବ୍ରହ୍ମପୁର ତୁଳସୀ ନଗର ୭ ଲାଇନରେ ଚଢ଼ାଉ କରାଯାଉଥିବା ସୂଚନା ରହିଛି ।

Tags: