କୁମ୍ବିଂ ଅପରେସନ ବେଳେ ମାଓ ଯୋଜନା ପଣ୍ଡ

କନ୍ଧମାଳ : କୁମ୍ବିଂ ଅପରେସନବେଳେ ଯବାନଙ୍କୁ ମିଳିଲା ସଫଳତା । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଡ଼େଙ୍ଗାଗୁଡ଼ା ଗାଁ ନିକଟସ୍ଥ ଲାସେରୀ ସଂରକ୍ଷିତ ଜଙ୍ଗଲରେ ଏସ୍ ଓ ଜି, ଡିଭିଏଫ୍, ସିଆରପିଏଫ୍ ଯବାନ କୁମ୍ବିଂ ଅପରେସନ୍ କରୁଥିବା ବେଳେ ଟିଫିନ୍ ବୋମା ଓ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ସୂଚନା ଅନୁସାରେ,ଗତକାଲି ପୁଲିସ ଇନ୍‌ଫର୍ମର୍‌ ସନ୍ଦେହରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବାରିପଙ୍ଗା ଗ୍ରାମର ଯୁବକ ‌ମେଟଲା ରୋହିତଙ୍କୁ ମାଓବାଦୀ ନିର୍ମମ […]

Samaya Live Picture
Published On

କନ୍ଧମାଳ : କୁମ୍ବିଂ ଅପରେସନବେଳେ ଯବାନଙ୍କୁ ମିଳିଲା ସଫଳତା । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଡ଼େଙ୍ଗାଗୁଡ଼ା ଗାଁ ନିକଟସ୍ଥ ଲାସେରୀ ସଂରକ୍ଷିତ ଜଙ୍ଗଲରେ ଏସ୍ ଓ ଜି, ଡିଭିଏଫ୍, ସିଆରପିଏଫ୍ ଯବାନ କୁମ୍ବିଂ ଅପରେସନ୍ କରୁଥିବା ବେଳେ ଟିଫିନ୍ ବୋମା ଓ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।

ସୂଚନା ଅନୁସାରେ,ଗତକାଲି ପୁଲିସ ଇନ୍‌ଫର୍ମର୍‌ ସନ୍ଦେହରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବାରିପଙ୍ଗା ଗ୍ରାମର ଯୁବକ ‌ମେଟଲା ରୋହିତଙ୍କୁ ମାଓବାଦୀ ନିର୍ମମ ହତ୍ୟା କରିଥିଲେ। ମାଓବାଦୀ ରୋହିତଙ୍କ ମୃତଶରୀରକୁ ପଲିଥିନ୍‌ରେ ଗୁଡ଼ାଇ ବାରିପଙ୍ଗା ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଫିଙ୍ଗି ଦେଇଥିଲେ। ଏହାପରେ ଗୁଇନ୍ଦା ସୂଚନା ଆଧାରରେ କୋଟଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥିବା ନେଇ ଜଣା ପଡିଥିଲା I ଆଜି କୋଟଗଡ଼ ଥାନା ଅନ୍ତର୍ଗତ ଡେଙ୍ଗାଗୁଡ଼ା ଗ୍ରାମ ସନ୍ନିକଟ ଲାସେରି ସଂରକ୍ଷିତ ଜଙ୍ଗଲରେ ସିଆର୍‌ପିଏଫ୍‌, ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନମାନେ ମିଳିତ କମ୍ବିଂ ଅପରେସନ୍‌ ଚଳାଇଥିବା ବେଳେ ଲ୍ୟାଣ୍ଡ୍‌ମାଇନ୍‌ ଏବଂ ଟିଫିନ୍‌ ବୋମା ଠାବ ହୋଇଥିଲା । ଯବାନଙ୍କୁ ଟାର୍ଗେଟ୍‌ କରି ମାଓବାଦୀ ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ। ତେବେ ଯବାନମାନେ ଏସ୍‌ଓପି ପାଳନ କରି ଅତ୍ୟନ୍ତ ସନ୍ତର୍ପଣରେ ସର୍ଚ୍ଚ ଅପରେସନ୍‌ କରୁଥିବା ସମୟରେ ଏସବୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛନ୍ତି । ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ କୁମ୍ବିଂ ଅପରେସନ୍ ଜାରି ରହିଛି ।

Tags: