ହାଇକୋର୍ଟ ଗଲେ ଧୀମାନ ଚକମା

କଳାହାଣ୍ଡି : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୀମନ ଚକମା । ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକ୍‌ମା। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଜାମିନ ପାଇଁ ଆବେଦନ କରିଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହେବା ପରେ ଏବେ ଚକ୍‌ମା ଜେଲ୍‌ରେ ଅଛନ୍ତି। ସୂଚନାନୁସାରେ, ଗତ ୮ତାରିଖ ଦିନ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକ୍‌ମା, ହର୍ଷବର୍ଦ୍ଧନ ବେହେରା ନାମକ କ୍ରଶର ମାଲିକଙ୍କ […]

ହାଇକୋର୍ଟ ଗଲେ ଧୀମାନ ଚକମା
Samaya Live Picture
Published On

କଳାହାଣ୍ଡି : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୀମନ ଚକମା । ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକ୍‌ମା। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଜାମିନ ପାଇଁ ଆବେଦନ କରିଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହେବା ପରେ ଏବେ ଚକ୍‌ମା ଜେଲ୍‌ରେ ଅଛନ୍ତି।

ସୂଚନାନୁସାରେ, ଗତ ୮ତାରିଖ ଦିନ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକ୍‌ମା, ହର୍ଷବର୍ଦ୍ଧନ ବେହେରା ନାମକ କ୍ରଶର ମାଲିକଙ୍କ ଠାରୁ ୧୦ ଲକ୍ଷ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ପରେ ତାଙ୍କ ସରକାରୀ ଆବାସ ତନଖି ବେଳେ ସେଠାରୁ ୪୭ ଲକ୍ଷରୁ ଅଧିକ ଟଙ୍କା ଭିଜିଲାନ୍ସ ଠାବ କରିଥିଲା। ୯ ତାରିଖ ଦିନ ଶ୍ରୀ ଚକମାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିବା ପରେ କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ମଙ୍ଗଳବାର କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଶ୍ରୀ ଚକମା ଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ଏହି ଘଟଣାରେ ଆଜି ସେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ।

Tags: