କଟକଣା ସତ୍ତ୍ୱେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢା ର ଦୃଶ୍ୟ
ପୁରୀ : କଟକଣାକୁ ଆଖି ଠାର I ପୁଣି ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟ ହୋଇଛି ଭାଇରାଲ I ରାଜ୍ୟ ବାହାରୁ ଆସିଥିବା ଜଣେ ଯୁବକ ଶ୍ରୀମନ୍ଦିର ପରିସରକୁ ଯାଇ ଭିଡିଓ ରେକର୍ଡିଂ କରିବା ସହ ନିଜ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିବା ଦେଖିବାକୁ ମିଳିଛି । ଏନେଇ ଅଭିଯୁକ୍ତ ରୋହିତ ଜୈଶ୍ବାଲଙ୍କ ବିରୋଧରେ ସିଂହଦ୍ବାର ପୁଲିସ ମାମଲା ରୁଜୁ କରିଛି। ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ବାର ଥାନାରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି । […]
ପୁରୀ : କଟକଣାକୁ ଆଖି ଠାର I ପୁଣି ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟ ହୋଇଛି ଭାଇରାଲ I ରାଜ୍ୟ ବାହାରୁ ଆସିଥିବା ଜଣେ ଯୁବକ ଶ୍ରୀମନ୍ଦିର ପରିସରକୁ ଯାଇ ଭିଡିଓ ରେକର୍ଡିଂ କରିବା ସହ ନିଜ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିବା ଦେଖିବାକୁ ମିଳିଛି । ଏନେଇ ଅଭିଯୁକ୍ତ ରୋହିତ ଜୈଶ୍ବାଲଙ୍କ ବିରୋଧରେ ସିଂହଦ୍ବାର ପୁଲିସ ମାମଲା ରୁଜୁ କରିଛି। ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ବାର ଥାନାରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି ।
ବର୍ତ୍ତମାନ ନବ ଦିନାତ୍ମକ ଘୋଷଯାତ୍ରା ଚାଲିଥିବାବେଳେ ଖାଲି ଥିବା ଶ୍ରୀମନ୍ଦିର ପରିସରକୁଯାଇ ଭିଡିଓ ସୁଟ୍ କରିଥିବା ଅନୁମାନ କରାଯାଉଛି । ଆଉ ସେହି ଭିଡିଓକୁ ନିଜ ଇନଷ୍ଟା ଆକାଉଣ୍ଟରେ ଅପଲୋଡ୍ କରିଛନ୍ତି ବାରାଣସୀରୁ ଆସିଥିବା ରୋହିତ ଜୟସ୍ୱାଲ। ୧୯୭୩ ନାଁରେ ଥିବା ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି ଏହି ଭିଡିଓ । ଏକାଧିକ ଭିଡିଓକୁ ସେ ଅପଲୋଡ୍ କରିଛନ୍ତି ।
ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ଭିତରବେଢ଼ା, ଆନନ୍ଦ ବଜାରର ଭିଡିଓ କରି ରୋହିତ ତାଙ୍କ ଇନଷ୍ଟାଗ୍ରାମରେ ଭାଇରାଲ କରିଥିବା ଦେଖିବାକୁ ମିଳିଛି । ଭିଡିଓ ଭାଇ ରାଲ ହେବାପରେ ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ବାର ଥାନାରେ ତାଙ୍କୁ ହାଜର ହେବାକୁ ନିର୍ଦେଶ ଦିଆଯାଇଛି । ଥାନାରେ ହାଜର ନହେଲେ ରୋହିତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ତେବେ ବାରଣ ସତ୍ତ୍ୱେ ସଂପୃକ୍ତ ଯୁବକ କେଉଁ ସ୍ଥିତିରେ ଭିଡିଓ ସୁଟ୍ କଲେ ? ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଅନୁପସ୍ଥିତି ଯୋଗୁ ଢିଲା ସୁରକ୍ଷା ଦେଖି କ୍ୟାମେରା ଧରି ପଶିଗଲେ ନା ଏହା ପଛରେ କାହା ହାତ ରହିଛି ? ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଥିବାବେଳେ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।




