ସୁସାଇଡ ନୋଟରେ ଲେଖିଲେ ମନ୍ତ୍ରୀଙ୍କ ନାଁ

କର୍ଣ୍ଣାଟକ: ଅପ୍ରେଲ ୧୩: ସନ୍ତୋଷ ପାଟିଲ ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଫସିଲେ କର୍ଣ୍ଣାଟକର ମନ୍ତ୍ରୀ କେଏସ୍‌ ଇଶ୍ୱରªା । ଘଟଣାକୁ ନେଇ ପୋଲିସ୍ ଛାନଭିନ୍ ଚଳାଇ ଥିବାବେଳେ ଏଫଆଇଆରରେ ମନ୍ତ୍ରୀ କେଏସ୍ ଇଶ୍ୱରପ୍ପାଙ୍କ ନାଁ ରହିଛି। ଗତକାଲି ଉଡୁପି ସ୍ଥିତ ଏକ ଲଜରୁ କଣ୍ଟ୍ରାକ୍ଟରଙ୍କ ମୃତଦେହ ମିଳିଥିଲା। ମୃତ୍ୟୁ ପୂର୍ବରୁ ମନ୍ତ୍ରୀଙ୍କ ବିରୋଧରେ ସନ୍ତୋଷ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଇଶ୍ୱରପ୍ପାଙ୍କ ୨ ଜଣ ସହଯୋଗୀ ବାସବରାଜ୍ ଓ ରମେଶଙ୍କ ନାଁ ମଧ୍ୟ ଏଫଆଇଆରରେ ଉଲ୍ଲେଖ […]

Samaya Live Picture
Published On

କର୍ଣ୍ଣାଟକ: ଅପ୍ରେଲ ୧୩: ସନ୍ତୋଷ ପାଟିଲ ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଫସିଲେ କର୍ଣ୍ଣାଟକର ମନ୍ତ୍ରୀ କେଏସ୍‌ ଇଶ୍ୱରªା । ଘଟଣାକୁ ନେଇ ପୋଲିସ୍ ଛାନଭିନ୍ ଚଳାଇ ଥିବାବେଳେ ଏଫଆଇଆରରେ ମନ୍ତ୍ରୀ କେଏସ୍ ଇଶ୍ୱରପ୍ପାଙ୍କ ନାଁ ରହିଛି। ଗତକାଲି ଉଡୁପି ସ୍ଥିତ ଏକ ଲଜରୁ କଣ୍ଟ୍ରାକ୍ଟରଙ୍କ ମୃତଦେହ ମିଳିଥିଲା। ମୃତ୍ୟୁ ପୂର୍ବରୁ ମନ୍ତ୍ରୀଙ୍କ ବିରୋଧରେ ସନ୍ତୋଷ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଇଶ୍ୱରପ୍ପାଙ୍କ ୨ ଜଣ ସହଯୋଗୀ ବାସବରାଜ୍ ଓ ରମେଶଙ୍କ ନାଁ ମଧ୍ୟ ଏଫଆଇଆରରେ ଉଲ୍ଲେଖ କରାଯାଇଛି। ସନ୍ତୋଷଙ୍କ ଭାଇ ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରିଛି। ସନ୍ତୋଷ ଅଭିଯୋଗ ଆଣିଥିଲେ ଯେ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତ ରାଜ ବିଭାଗ ଅଧିନରେ କରିଥିବା ୪ କୋଟି ଟଙ୍କାର କାମ ପାଇଁ ମନ୍ତ୍ରୀଙ୍କ ସହଯୋଗୀମାନେ ତାଙ୍କ ଠାରୁ ୪୦% କମିଶନ ଦାବି କରିଥିଲେ। ସୁଇସାଇଡ୍ ନୋଟ୍ରେ ସନ୍ତୋଷ ଉଲ୍ଲେଖ କରିଛନ୍ତି, ତାଙ୍କ ମୃତ୍ୟୁ ପାଇଁ କେବଳ କେଏସ୍ ଇଶ୍ୱରପ୍ପା ହିଁ ଦାୟୀ ରହିବେ। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମୋ ପରିବାରକୁ ସାହାଯ୍ୟ କରନ୍ତୁ। ମୁଁ ହାତ ଯୋଡ଼ି ଏହା ଅନୁରୋଧ କରୁଛି। ଅନ୍ୟପକ୍ଷେ, ଘଟଣାର ତଦନ୍ତ ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆସିଥିବା ଅଭିଯୋଗକୁ ମନ୍ତ୍ରୀ କେଏସ୍ ଇଶ୍ୱରପ୍ପା ଖଣ୍ଡନ କରିଛନ୍ତି। ଏହାସହ ସେ ସନ୍ତୋଷଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ତଦନ୍ତ ପରେ ସତ ସାମ୍ନାକୁ ଆସି ବୋଲି ସେ କହିଛନ୍ତି।