ନକଲି ନୋଟ୍ କାରବାର, ୨ ଗିରଫ
ବଲାଙ୍ଗିର : ନକଲି ନୋଟ କାରବାର କରି ୨ ଗିରଫ I ଏହା ସହିତ ତାଙ୍କ ନିକଟରୁ ଜବତ ହୋଇଛି ପୁଳାପୁଳା ନକଲି ନୋଟ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଭଇଁସା ଗାଁର ବରୁଣ ପାନୁଆର ଏବଂ ଦେଓଗାଁ ଥାନା ବୁଡ଼ାବାହାଲ ଗାଁର ରୋହିତ ବସ୍ତିଆ। ସୂଚନାନୁସାରେ,ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଭଇଁସା ଗାଁରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଚାଲିଥିଲା I ଏହି ସମୟରେ ଗାଁର ବରୁଣ ପାନୁଆ କଳାକାରଙ୍କୁ ୨ ଟି ନକଲି ୫୦୦ ଟଙ୍କିଆ […]
ବଲାଙ୍ଗିର : ନକଲି ନୋଟ କାରବାର କରି ୨ ଗିରଫ I ଏହା ସହିତ ତାଙ୍କ ନିକଟରୁ ଜବତ ହୋଇଛି ପୁଳାପୁଳା ନକଲି ନୋଟ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଭଇଁସା ଗାଁର ବରୁଣ ପାନୁଆର ଏବଂ ଦେଓଗାଁ ଥାନା ବୁଡ଼ାବାହାଲ ଗାଁର ରୋହିତ ବସ୍ତିଆ।
ସୂଚନାନୁସାରେ,ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଭଇଁସା ଗାଁରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଚାଲିଥିଲା I ଏହି ସମୟରେ ଗାଁର ବରୁଣ ପାନୁଆ କଳାକାରଙ୍କୁ ୨ ଟି ନକଲି ୫୦୦ ଟଙ୍କିଆ ନୋଟ ପୁରସ୍କାର ଦେଇଥିଲI I ତେବେ କଳାକାର ୨ ଜଣ ଘରେ ଆସି ଦେଖିବାରୁ ତାହା ନକଲି ନୋଟ ବୋଲି ଜଣାପଡିଥିଲା I ଏହି ଘଟଣା ଗାଁରେ ଜଣାପଡିବା ପରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା I ପୋଲିସ ଭଇଁସା ଗାଁକୁ ଯାଇ ବରୁଣ ପାଣୁଆଙ୍କୁ ଉଠାଇ ଆଣିଥିଲା I ତେବେ ତାକୁ ପଚରାଉଚରା ବେଳେ ତା’ର ସହଯୋଗୀ ରୋହିତ ବସ୍ତିଆଙ୍କ ନା’ ନେଇଥିଲା I ପାଟଣାଗଡ଼ ପୋଲିସ ଦେଓଗାଁ ଥାନା ବୁଢାବାହାଲ ଗାଁକୁ ଯାଇ ରୋହିତ ବସ୍ତିଆଙ୍କ ଘର ଚଢ଼ାଉ କରି ୨୭୪ଟି ୫୦୦ ଟଙ୍କିଆ ନୋଟ ଜବତ କରିଥିଲା I ଯାହାର ମୂଲ୍ୟ ୧ ଲକ୍ଷ ୩୭ ହଜାର ଟଙ୍କା ହେବ। ଏହା ସହ ତାଙ୍କ ଘରୁ ନକଲି ନୋଟ ଛାପୁ ଥିବା କମ୍ପ୍ୟୁଟର ଓ ପ୍ରିଣ୍ଟର ସହ ନୋଟ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା I ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ I
ଗତବର୍ଷ ସୋନପୁରରୁ ୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ ନୋଟ୍ ଜବତ କରିଥିଲା କ୍ରାଇମବ୍ରାଞ୍ଚ STF। ଏହି ଘଟଣାରେ ଅଭିଯୁକ୍ତ ଦୀପକ ମେହେରଙ୍କୁ ଗିରଫ କରାଯାଇଥିଲା।




