ପିଆଜ ଚୋପାକୁ ନେଇ ମରଣାତ୍ମକ ଆକ୍ରମଣ

ଢ଼େଙ୍କାନାଳ:ପିଆଜ ଚୋପା ଉଡିଯିବାରୁ ଆକ୍ରମଣ l ହାଟ ଝାଡୁଦାରକୁ ଲୁହାରଡ଼ରେ ବାଡେଇ ହାତ ଭାଙ୍ଗିଦେଲା ଦୁର୍ବୁତ୍ତ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ଭାପୁର ଗାଁରେ ଦେଖିବାକୁ ମିଳିଛି l ସୂଚନାନୁସାରେ, ଢ଼େଙ୍କାନାଳ ଜିଲ୍ଲା ସଦରବ୍ଲକ ଭାପୁର ପଞ୍ଚାୟତ ଗ୍ରାମରେ ମାଗି ନାଏକ ଏସି ବର୍ଗର ଲୋକ l ସେ ଭାପୁର ଠାରେଥିବା ହାଟରେ ଝାଡୁ କାମକରି ନିଜ ପରିବାର ପୋଷଣ କରନ୍ତି l ହାଟ ଝାଡୁ କରିବା ସମୟରେ ପାଖରେ ଥିବା ବାଇଆ […]

Samaya Live Picture
Published On

ଢ଼େଙ୍କାନାଳ:ପିଆଜ ଚୋପା ଉଡିଯିବାରୁ ଆକ୍ରମଣ l ହାଟ ଝାଡୁଦାରକୁ ଲୁହାରଡ଼ରେ ବାଡେଇ ହାତ ଭାଙ୍ଗିଦେଲା ଦୁର୍ବୁତ୍ତ
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ଭାପୁର ଗାଁରେ ଦେଖିବାକୁ ମିଳିଛି l
ସୂଚନାନୁସାରେ, ଢ଼େଙ୍କାନାଳ ଜିଲ୍ଲା ସଦରବ୍ଲକ ଭାପୁର ପଞ୍ଚାୟତ ଗ୍ରାମରେ ମାଗି ନାଏକ ଏସି ବର୍ଗର ଲୋକ l ସେ ଭାପୁର ଠାରେଥିବା ହାଟରେ ଝାଡୁ କାମକରି ନିଜ ପରିବାର ପୋଷଣ କରନ୍ତି l ହାଟ ଝାଡୁ କରିବା ସମୟରେ ପାଖରେ ଥିବା ବାଇଆ ପାଗଳ ଢ଼ାବାକୁ ପିଆଜ ଚୋପା ଉଡିଯିବାରୁ ଢ଼ାବା ମାଲିକ, ପାଗଳ ପଣ୍ଡା ଆସି ଏକ ଲୁହା ରଡରେ ମାଗିଙ୍କୁ ଆକ୍ରମଣ କରିଥିଲା l ପରେ ତାଙ୍କୁ ବାଡେଇ ବାଡେଇ ଦୁଇ ହାତ ଭାଗିଦେବେ ସହ ଛାତିରେ ପଥର କଚି ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲା l ସେହି ସମୟରେ ସ୍ଥାନୀୟ ଲୋକ ମାନେ ସେଠାରେ ପହଁଚି ବୁଝାସୁଝା କରି ଆହତକଙ୍କୁ ପାଖ ହସ୍ପିଟାଲକୁ ନେଇଥିଲେ l ପରେ ଢ଼େଙ୍କାନାଳ ବଡମେଡ଼ିଲକୁ ସ୍ଥାନାନ୍ତରିତ କରାଯାଇଥିଲା l ଏହାକୁ ନେଇ ପରିବାର ଲୋକେ ଭାପୁର ଫାଣ୍ଡିରେ ଏତଲା ଦେଇଥିଲେ I କିନ୍ତୁ ଏନେଇ ପୋଲିସ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି I

Tags: