ଟ୍ରେନ ଶୌଚାଳୟରୁ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ଟ୍ରେନ ଶୌଚାଳୟ ଭିତରୁ ମୃତଦେହ ଉଦ୍ଧାର I ରାଜାରାଣୀ ଏକ୍ସପ୍ରେସ ଶୌଚାଳୟ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି I ମୃତକଙ୍କ ବୟସ ପାଖାପାଖି ୪୦ବର୍ଷ ହେବ। ଯୁବକ ଜଣଙ୍କ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଦେଖାଯାଇଥିଲା । ଗତକାଲି ରାତିରେ ରେଳରେ ଯାଉଥିବା ଜଣେ ଯାତ୍ରୀ ପ୍ରଥମେ ଏହାକୁ ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ଏନେଇ ରେଲୱେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ମୃତ ଶରୀରକୁ ଉଦ୍ଧାର କରି […]
ଭୁବନେଶ୍ୱର : ଟ୍ରେନ ଶୌଚାଳୟ ଭିତରୁ ମୃତଦେହ ଉଦ୍ଧାର I ରାଜାରାଣୀ ଏକ୍ସପ୍ରେସ ଶୌଚାଳୟ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି I ମୃତକଙ୍କ ବୟସ ପାଖାପାଖି ୪୦ବର୍ଷ ହେବ। ଯୁବକ ଜଣଙ୍କ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଦେଖାଯାଇଥିଲା । ଗତକାଲି ରାତିରେ ରେଳରେ ଯାଉଥିବା ଜଣେ ଯାତ୍ରୀ ପ୍ରଥମେ ଏହାକୁ ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ଏନେଇ ରେଲୱେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ରେଲୱେପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।




