ଜଙ୍ଗଲରୁ ମୃତଦେହ ଉଦ୍ଧାର
ବୌଦ୍ଧ : ଜଙ୍ଗଲରୁ ମିଳିଲା ମୃତଦେହ I ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ I ମନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି I ସୂଚନାନୁସାରେ ,ବୌଦ୍ଧ ଜିଲ୍ଲା ମନମୁଣ୍ଡା କୁମରକାନୀ ଖଲିଆମୁଣ୍ଡା ନାଳ ନିକଟ ଜଙ୍ଗଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର I ତାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି I ଗ୍ରାମବାସୀ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ I ମୃତକ ଜଣକ […]
ବୌଦ୍ଧ : ଜଙ୍ଗଲରୁ ମିଳିଲା ମୃତଦେହ I ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ I ମନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି I
ସୂଚନାନୁସାରେ ,ବୌଦ୍ଧ ଜିଲ୍ଲା ମନମୁଣ୍ଡା କୁମରକାନୀ ଖଲିଆମୁଣ୍ଡା ନାଳ ନିକଟ ଜଙ୍ଗଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର I ତାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି I ଗ୍ରାମବାସୀ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ I ମୃତକ ଜଣକ ପରିଚୟ ମିଳି ନଥିବା ବେଳେ ସେ ଏଲଆଣ୍ଡଟି ଠିକା ସଂସ୍ଥାର ରାତ୍ରି ଜଗୁଆଳ ବୋଲି ଜଣାପଡିଛି I ତେବେ ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଂଚି ତଦନ୍ତ ଜାରି ରଖିଛି I




