ଭଡା ଘରୁ ମହିଳା ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର
ବାଲେଶ୍ୱର : ଭଡାଘରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱରରେ। ଭୋଗରାଇ ବ୍ଲକ କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ଝୁଲନ୍ତା ମୃତଦେହ ଶନିବାର ତାଙ୍କ ଭଡ଼ାଘରୁ ଜବତ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସୂଚନାନୁସାରେ,କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ଘର ବାରିପଦାରେ । ସେ ଗତ ୬ ମାସ ହେବ ନୂଆ ଚାକିରୀ ପାଇ ଭୋଗରାଇ ଅଂଚଳରେ ଘର ଭଡା ନେଇ ରହୁଥିଲେ । ତେବେ […]
ବାଲେଶ୍ୱର : ଭଡାଘରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱରରେ। ଭୋଗରାଇ ବ୍ଲକ କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ଝୁଲନ୍ତା ମୃତଦେହ ଶନିବାର ତାଙ୍କ ଭଡ଼ାଘରୁ ଜବତ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ସୂଚନାନୁସାରେ,କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ଘର ବାରିପଦାରେ । ସେ ଗତ ୬ ମାସ ହେବ ନୂଆ ଚାକିରୀ ପାଇ ଭୋଗରାଇ ଅଂଚଳରେ ଘର ଭଡା ନେଇ ରହୁଥିଲେ । ତେବେ ଆଜି ସକାଳ ୧୦ ଟା ପର୍ଯ୍ୟନ୍ତ ମୋନାଲିସାଙ୍କ ଘର ବନ୍ଦ ରହିବାରୁ ପଡୋଶୀମାନେ ଆସି କବାଟ ବାଡେଇଥିଲେ କିନ୍ତୁ ସେ ଘର ନଖୋଲିବାରୁ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଭୋଗରାଇ ପରେ ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ମୋନାଲିସାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା । ଖବର ପାଇ ତାଙ୍କ ପରିବାର ଲୋକ ଘଟଣାସ୍ଥଳରେ ଆସି ପହଂଚିଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।




