ଗାଁ ଦାଣ୍ଡରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ବୌଦ୍ଧ : ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ । ବୌଦ୍ଧ ଥାନା ତିଳେଶ୍ୱର ପଞ୍ଚାୟତ ତାକୁଡ଼ ଗ୍ରାମର ରାସ୍ତା ଉପରେ ଆଜି ସକାଳେ ଜଣେ ଯୁବକଙ୍କ ମୃତ ଦେହ ପଡିଥିବା ଗ୍ରାମବାସୀ ଦେଖିଥିଲେ । ମୃତକ ଜଣକ ହେଲେ ପୁରୁଣା କଟକ ଥାନା ଛେଳି ଲେଣ୍ଡି ଗ୍ରାମର ରମେଶ ଜେନା I ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟା ନା ଆତ୍ମ ହତ୍ୟା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଘଟଣାସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ […]

Samaya Live Picture
Published On

ବୌଦ୍ଧ : ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ । ବୌଦ୍ଧ ଥାନା ତିଳେଶ୍ୱର ପଞ୍ଚାୟତ ତାକୁଡ଼ ଗ୍ରାମର ରାସ୍ତା ଉପରେ ଆଜି ସକାଳେ ଜଣେ ଯୁବକଙ୍କ ମୃତ ଦେହ ପଡିଥିବା ଗ୍ରାମବାସୀ ଦେଖିଥିଲେ । ମୃତକ ଜଣକ ହେଲେ ପୁରୁଣା କଟକ ଥାନା ଛେଳି ଲେଣ୍ଡି ଗ୍ରାମର ରମେଶ ଜେନା I ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟା ନା ଆତ୍ମ ହତ୍ୟା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଘଟଣାସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି I

ଆଜି ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ମୃତଦେହ ଦେଖିବା ପାଇଁ ଆଖପାଖ ଅଂଚଳରୁ ଲୋକେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । ଖବର ପାଇ ରମେଶଙ୍କ ପରିବାର ଲୋକେ ପହଂଚି ମୃତଦେହ ଚିହ୍ନଟ କରିଥିଲେ । ରମେଶଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ରମେଶଙ୍କୁ କିଏ ଓ କାହିଁକି ହତ୍ୟା କଲା ପୋଲିସ ତଦନ୍ତ ପରେ କାରଣ ସ୍ପଷ୍ଟ ହେବ I

Tags: