ମହମ୍ମଦ ଫାରୁକ୍ ହତ୍ୟା ମାମଲାରୁ ଦୋଷମୁକ୍ତ ହେଲେ ଡି’ ବ୍ରଦର୍ସ
କଟକ: ବହୁ ଚର୍ଚ୍ଚିତ ମାଲଗୋଦାମର ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ମାମଲାରୁ ଧଳ ସାମନ୍ତ ଭ୍ରାତାଙ୍କୁ ଦୋଷ ମୁକ୍ତ କରିଛନ୍ତି କଟକ ଜିଲ୍ଲା ଦୌରା ଜଜ କୋର୍ଟ I ଏଥିସହ ସହଯୋଗୀ ଆରିଫ୍ ଖାଁ ମଧ୍ୟ ନିର୍ଦ୍ଦୋଷ ହୋଇଛନ୍ତି । ତଥ୍ୟ ପ୍ରମାଣ ଅଭାବରୁ ଏ ତିନିଜଣଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ। ପୂର୍ବରୁ ଏହି ମାମଲIରେ ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କୁ କୋର୍ଟ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରିଥିଲେ। ଏହି ମାମଲାରେ ଏବେ ଆଉ […]
କଟକ: ବହୁ ଚର୍ଚ୍ଚିତ ମାଲଗୋଦାମର ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ମାମଲାରୁ ଧଳ ସାମନ୍ତ ଭ୍ରାତାଙ୍କୁ ଦୋଷ ମୁକ୍ତ କରିଛନ୍ତି କଟକ ଜିଲ୍ଲା ଦୌରା ଜଜ କୋର୍ଟ I ଏଥିସହ ସହଯୋଗୀ ଆରିଫ୍ ଖାଁ ମଧ୍ୟ ନିର୍ଦ୍ଦୋଷ ହୋଇଛନ୍ତି । ତଥ୍ୟ ପ୍ରମାଣ ଅଭାବରୁ ଏ ତିନିଜଣଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ। ପୂର୍ବରୁ ଏହି ମାମଲIରେ ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କୁ କୋର୍ଟ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରିଥିଲେ। ଏହି ମାମଲାରେ ଏବେ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି ।
ସୂଚନାଯୋଗ୍ୟ, ୨୦୧୪ ନଭେମ୍ବର ୧୧ ତାରିଖରେ ମାଲଗୋଦାମରେ ବହୁଚର୍ଚ୍ଚିତ ଡାଲି ବ୍ୟବସାୟୀ ମହମ୍ମଦ ଫାରୁକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା I ସେ ଦୋକାନରେ ବସିଥିବାବେଳେ ଏକାଧିକ ଦୁର୍ବୁତ୍ତ ତାଙ୍କୁ ଗୁଳିମାଡ଼ କରିଥିଲେ I ପରବର୍ତ୍ତୀ ସମୟରେ ହତ୍ୟା ମାମଲାରେ ପୁଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣ କୋର୍ଟରୁ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଥିଲେ। ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ, ସେକ୍ ସୋନା, ସେକ୍ ବାବୁ, ଜଗତସି˚ହପୁରର ଅସିତ୍ ଦାସ କୋର୍ଟରୁ ଦୋଷମୁକ୍ତ ହୋଇସାରିଥିଲେ। ସୁଶାନ୍ତ ଓ ସୁଶିଲ ଧଳସାମନ୍ତ ଓ ଆରିଫ୍ ଖାଁ ଏହି ମାମଲାରେ ଜେଲରେ ଅଛନ୍ତି। ତେବେ ଏହି ହତ୍ୟାକାଣ୍ଡ ନେଇ ମୃତ ଫାରୁକଙ୍କ ପରିବାରବର୍ଗ କେବେ ହେଲେ ଡି ବ୍ରଦର୍ଶ ଙ୍କ ନାଁ ଧରି ନାହାନ୍ତି ବୋଲି କହିଛନ୍ତି ଡି’ବ୍ରଦର୍ସଙ୍କ ଆଇନଜୀବୀ। ଏହି ହତ୍ୟାକାଣ୍ଡରେ ଧଳ ଭ୍ରାତାଙ୍କର କୌଣସି ସମ୍ପୃକ୍ତି ନ ଥିଲା ପୋଲିସ ଅଯଥାରେ ସେମାନଙ୍କୁ ଏହି ମାମଲାରେ ଗୁନ୍ଥି ଦେଇ ଥିଲା ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରତିକ୍ରିୟା ରଖିଛନ୍ତି।




