ଦଶମନ୍ତପୁର ଥାନା IIC ନିଲମ୍ବିତ

କଟକ : ନିଲମ୍ବିତ ହେଲେ ଦଶମନ୍ତପୁର ଥାନା IIC I ୮ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଥିଲେ ଦଶମନ୍ତପୁର ଥାନା IIC ଚନ୍ଦ୍ରଭାନୁ ମହାନ୍ତି I ଜୁଲାଇ ୨୮ ତାରିଖରେ ଗିରଫ ହୋଇଥିବା ଚନ୍ଦ୍ରଭାନୁ ମହାନ୍ତିଙ୍କୁ ଆଜି ପୁଲିସ ଡିଜି ନିଲମ୍ବନ କରିଛନ୍ତି | ସୂଚନାନୁସାରେ,୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ଟଙ୍କା ଉଦ୍ଧାର ଦେବାକୁ ନେଇ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବିବାଦ ହୋଇଥିଲା I ତେବେ ଉଦ୍ଧାର ଟଙ୍କା ଫେରସ୍ତ ପାଇଁ […]

Samaya Live Picture
Published On

କଟକ : ନିଲମ୍ବିତ ହେଲେ ଦଶମନ୍ତପୁର ଥାନା IIC I ୮ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଥିଲେ ଦଶମନ୍ତପୁର ଥାନା IIC ଚନ୍ଦ୍ରଭାନୁ ମହାନ୍ତି I ଜୁଲାଇ ୨୮ ତାରିଖରେ ଗିରଫ ହୋଇଥିବା ଚନ୍ଦ୍ରଭାନୁ ମହାନ୍ତିଙ୍କୁ ଆଜି ପୁଲିସ ଡିଜି ନିଲମ୍ବନ କରିଛନ୍ତି |

ସୂଚନାନୁସାରେ,୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ଟଙ୍କା ଉଦ୍ଧାର ଦେବାକୁ ନେଇ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବିବାଦ ହୋଇଥିଲା I ତେବେ ଉଦ୍ଧାର ଟଙ୍କା ଫେରସ୍ତ ପାଇଁ ଉକ୍ତ ବ୍ୟକ୍ତି ଜଣକ ଦଶମନ୍ତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ I ତେବେ ଦଶମନ୍ତପୁର ପୁଲିସ୍ ଅଭିଯୋଗକୁ ଭିତ୍ତି କରି ଉଭୟଙ୍କୁ ଥାନାକୁ ଡକାଇ ମାମଲା ସମ୍ପର୍କରେ ପଚରାଉଚରା କରିଥିଲା। କାର୍ଯ୍ୟାନୁଷ୍ଠାନ ବଦଳରେ ମାମଲାକୁ ରଫାଦଫା କରିବାକୁ ଦଶମନ୍ତପୁର ପୁଲିସ୍ ଟଳାକାରୀଙ୍କୁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ପୁଲିସ୍ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ବାକି ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ଥାନା IIC ଚନ୍ଦ୍ରଭାନୁ ମହାନ୍ତି ଓ ମହିଳା ଏଏସ୍‌ଆଇ ଦୀପ୍ତି ହୀରା I କାରଣ ଚନ୍ଦ୍ରଭାନୁ ମହାନ୍ତିଙ୍କ ନିର୍ଦେଶରେ ଦୀପ୍ତି ଅଭିଯୋଗକାରୀଙ୍କ ନିକଟରୁ ୮ ହଜାର ଟଙ୍କା ଗ୍ରହଣ କରିଥିଲେ। ଦୀପ୍ତି ଟଙ୍କା ନେବା କ୍ଷଣି ଭିଜିଲାନ୍ସ ଟିମ୍ ଚଢ଼ଉ କରି ୮ ହଜାର ଟଙ୍କା ସହ ଉଭୟ ଅଧିକାରୀଙ୍କୁ କାବୁ କରିଥିଲେ। ଆଉ ଏବେ ଚନ୍ଦ୍ରଭାନୁଙ୍କ ବିରୋଧରେ ଡିଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି |

Tags: