ନବ ଦାସ ହତ୍ୟା ମାମଲା,ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼
ଝାରସୁଗୁଡା : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ରାଜ୍ୟ ଫରେନ୍ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଆସିଲା ତଥ୍ୟ। ଗୋଟିଏ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼। ନବ ଦାସଙ୍କ ଗାଡିକୁ ହୋଇଥିଲା ୩ ରାଉଣ୍ଡ ଗୁଳିମାଡ଼। ଘଟଣା ଦିନ ସ୍ଵାସ୍ଥ୍ୟ ବିଭାଗ ଗାଡିକୁ ହୋଇଥିଲା ୫ ରାଉଣ୍ଡ ଗୁଳିମାଡ଼। ଗୋପାଳଙ୍କ ବନ୍ଧୁକରୁ ୩ ଗୁଳିରୁ ଗୋଟେ ଗୋଟିଏ ବ୍ଲାଙ୍କ ଫାୟାରିଂ, ଗୋଟିଏ ଅକାମୀ ହୋଇଥିଲା। ଅନ୍ୟ ଏକ ଗୁଳିର ଖୋକା ଏ ପର୍ଯ୍ୟନ୍ତ […]
ଝାରସୁଗୁଡା : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ରାଜ୍ୟ ଫରେନ୍ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଆସିଲା ତଥ୍ୟ। ଗୋଟିଏ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼। ନବ ଦାସଙ୍କ ଗାଡିକୁ ହୋଇଥିଲା ୩ ରାଉଣ୍ଡ ଗୁଳିମାଡ଼। ଘଟଣା ଦିନ ସ୍ଵାସ୍ଥ୍ୟ ବିଭାଗ ଗାଡିକୁ ହୋଇଥିଲା ୫ ରାଉଣ୍ଡ ଗୁଳିମାଡ଼। ଗୋପାଳଙ୍କ ବନ୍ଧୁକରୁ ୩ ଗୁଳିରୁ ଗୋଟେ ଗୋଟିଏ ବ୍ଲାଙ୍କ ଫାୟାରିଂ, ଗୋଟିଏ ଅକାମୀ ହୋଇଥିଲା। ଅନ୍ୟ ଏକ ଗୁଳିର ଖୋକା ଏ ପର୍ଯ୍ୟନ୍ତ ମିଳୁନଥିବା ଓକିଲ ସୂଚନା ଦେଇଛନ୍ତି। ତେବେ ଅସଲ ହତ୍ୟାକାରୀ ଗୋପାଳ ନା ଆଉ କିଏ ? ତାହାକୁ ନେଇ ଉଠିଲା ପ୍ରଶ୍ନ। ହତ୍ୟାକାଣ୍ଡରେ ଆଉ କିଏ ସାମିଲ ଥିବା ନେଇ ବଢିଲା ସନ୍ଦେହ। ସେପଟେ ଗୋପାଳ ବନ୍ଧୁକରୁ ୩ଟି ଗୁଳିରୁ ଆଉ ଗୋଟିଏ ଖୋକା ଏଯାଏଁ ମିଳିନି ।
ଅଭିଯୁକ୍ତ ଗୋପାଳ ଦାସ ପାଇଁ ମକୋଦ୍ଦମା ପରିଚାଳନା କରୁଥିବା ଓକିଲ ନରେଶ ନଏକ କହିଛନ୍ତି ଯେ, ନବଙ୍କ ରକ୍ତ ଭିଜା ସାର୍ଟରେ କୌଣସି ସୁରାକ ନାହିଁ। ତଦନ୍ତକାରୀ ଅଧିକାରୀ ସାର୍ଟକୁ ସିଜ୍ କରି ନଥିଲେ। ଏହି ମାମଲା ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଚାଲିଥିବା ବେଳେ ୧୪୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ। ବର୍ତ୍ତମାନ ସୁଦ୍ଧା ୨୯ଜଣଙ୍କ ସାକ୍ଷ୍ୟ ନିଆଯାଇଥିବା ବେଳେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରିଥିବା ୨ ଜଣ ଡ଼ାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ ସରିଛି। ମାମଲା ଏବେ ବିଚାରାଧୀନ ଥିବା ବେଳେ କ୍ରାଇମବ୍ରାଞ୍ଚର ଚାର୍ଜସିଟ୍କୁ ନେଇ ସମସ୍ତ ବୟାନ ନିଆଯିବ। ନବଙ୍କ ସାର୍ଟ ସମ୍ପର୍କରେ କୌଣସି ସୂଚନା ନଥିବା ବେଳେ ତଦନ୍ତକାରୀ ଅଧିକାରୀଙ୍କ ଜେରା ପରେ ସଠିକ୍ ତଥ୍ୟ ଆସିପାରିବ। ଏହି ସାର୍ଟ ମାମଲା ରାୟ ପ୍ରକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏଥିସହ ତାଙ୍କ ମହକିଲ ନିର୍ଦ୍ଦୋଷ ବୋଲି କହିଛନ୍ତି ଗୋପାଳଙ୍କ ଓକିଲ।
ଚାର୍ଜସିଟ୍ ଓ ଏସ୍ଏଫ୍ଏସ୍ଏଲ୍ର ରିପୋର୍ଟ ଅନୁସାରେ ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇଥିଲା। ପ୍ରଥମ ଗାଡ଼ି(ଓଡି ୧୫ ୟୁ ୬୧୯୭)ରେ ଖୋଦ୍ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବସିଥିବା ବେଳେ ଦ୍ବିତୀୟ ଗାଡ଼ି(ଓଡି ୧୫ ଟି ୦୧୮୩)ରେ ତାଙ୍କର ସହଯୋଗୀମାନେ ବସିଥିଲେ। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍ ଫର୍ମରେ ଗୋପାଳ ଦାସ ନିକଟରୁ ୧୮ଟି ଗୁଳିଥିବା ଏକ ମାଗାଜିନ୍, ୩ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ କରାଯାଇଥିଲା ବୋଲି ଲେଖାଯାଇଛି।
ସୂଚନାନୁସାରେ,ଗତ ଜାନୁଆରୀ ୨୯ ତାରିଖ ବ୍ରଜରାଜନଗର ଥାନା ଗାନ୍ଧୀଛକ ଠାରେ ଏକ ଦଳୀୟ କାର୍ଯ୍ୟାଳୟ ଉଦ୍ଘାଟନ ପାଇଁ ଯାଇଥିବା ସମୟରେ ଏଏସଆଇ ଗୋପାଳ ଦାସ ଗୁଳିକରି ନବ ଦାସଙ୍କୁ ହତ୍ୟା କରିଥିଲା । ଘଟଣାସ୍ଥଳରୁ ଗୋପାଳ ଦାସଙ୍କୁ ପିସ୍ତଲ ସହ ପୁଲିସ ଗିରଫ କରିଥିଲା ।




