କଟକ : ନକଲି ମସଲା ପରେ ଏଥର ନକଲି ଔଷଧ ,୧୨ ଟି ସ୍ଥାନରେ ଚଢ଼ାଉ
କଟକ : ମାଳ ମାଳ ନକଲି କାରଖାନାର ଗନ୍ତାଘର ପାଲଟିଛି କଟକ ସହର I ନାମୀ ଦାମୀ ବ୍ରାଣ୍ଡ ର ଘିଅ,ତେଲ,ମସଲା ପରେ ଏବେ ପୁଣି ନାମୀ ବ୍ରାଣ୍ଡ ର ନକଲି ଔଷଧ ବଜାରରେ ମିଳିଲାଣି I ଏହି ନକଲି ଔଷଧ କେବଳ କଟକ ସହରରେ ନୁହେଁ I ଏହା ରାଜ୍ୟର ବିଭିନ୍ନ ସହରକୁ ମଧ୍ୟ ରପ୍ତାନି ହେଉଛି I ମିଳିଥିବା ସୂଚନା ଅନୁସାରେ, ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଟେଲ୍ମା-୪୦ ଓ ଟେଲ୍ମା- […]
କଟକ : ମାଳ ମାଳ ନକଲି କାରଖାନାର ଗନ୍ତାଘର ପାଲଟିଛି କଟକ ସହର I ନାମୀ ଦାମୀ ବ୍ରାଣ୍ଡ ର ଘିଅ,ତେଲ,ମସଲା ପରେ ଏବେ ପୁଣି ନାମୀ ବ୍ରାଣ୍ଡ ର ନକଲି ଔଷଧ ବଜାରରେ ମିଳିଲାଣି I ଏହି ନକଲି ଔଷଧ କେବଳ କଟକ ସହରରେ ନୁହେଁ I ଏହା ରାଜ୍ୟର ବିଭିନ୍ନ ସହରକୁ ମଧ୍ୟ ରପ୍ତାନି ହେଉଛି I
ମିଳିଥିବା ସୂଚନା ଅନୁସାରେ, ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଟେଲ୍ମା-୪୦ ଓ ଟେଲ୍ମା- ଏଏମ୍ ଔଷଧର ନକଲି ବ୍ରାଣ୍ଡ୍ ବିକ୍ରି ହେଉଥିବା ଅଭିଯୋଗ ଆସିବା ପରେ ଗତକାଲିଠାରୁ କଟକ ର ବିଭିନ୍ନ ଷ୍ଟକିଷ୍ଟ ଗୁଡିକ ରେ ଚଢଉ ଜାରି ରହିଛି। କଟକର ମାଣିକଘୋଷ ବଜାର, ବାଙ୍କାବଜାର, ମଙ୍ଗଳାବାଗ, ବାଦାମବାଡି ସମେତ ୧୨ରୁ ଅଧିକ ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢଉ କରାଯାଇ ଏକ ଦାମୀ ବ୍ରାଣ୍ଡ କମ୍ପାନିର ନକଲି ଔଷଧକୁ ଜବତ କରାଯାଇଛି। ଅନ୍ୟପଟେ କଟକର ଯେଉଁସବୁ ସ୍ଥାନରୁ ଔଷଧ ଜବତ୍ କରାଯାଇଛି, ସେହି ଔଷଧ ସବୁ ଉକ୍ତ କମ୍ପାନି ପ୍ରସ୍ତୁତ କରି ନଥିବା ସ୍ପଷ୍ଟ ହୋଇଥିବା ବେଳେ ଏବେ ବିଭାଗ ଔଷଧର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛି।




