କଟକ : ଡିଭାଇଡର ରେ ପିଟିହେଲା ସ୍କୁଲବସ,ଅଳ୍ପକେ ବର୍ତ୍ତୀଲେ ୩୦ ପିଲା

କଟକ:ଡିଭାଇଡର ରେ ପିଟିହେଲା ସ୍କୁଲ ବସ I ଅଳ୍ପକେ ବର୍ତିଲେ ୩୦ ସ୍କୁଲ ପିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ସିଡିଏ, ସେକ୍ଟର-୧୦ରେ I ୩୦ ପିଲାକୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସଟି ଫେଜ-୨ ଥାନା ପାଖରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ସହ ଏକ ଗଛକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବସ୍‌କୁ ବାହାର କରିବା ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି […]

Samaya Live Picture
Published On

କଟକ:ଡିଭାଇଡର ରେ ପିଟିହେଲା ସ୍କୁଲ ବସ I ଅଳ୍ପକେ ବର୍ତିଲେ ୩୦ ସ୍କୁଲ ପିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ସିଡିଏ, ସେକ୍ଟର-୧୦ରେ I ୩୦ ପିଲାକୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସଟି ଫେଜ-୨ ଥାନା ପାଖରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ସହ ଏକ ଗଛକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବସ୍‌କୁ ବାହାର କରିବା ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ତେବେ ବସରେ ଯାତ୍ରା କରୁଥିବା ସମସ୍ତ ପିଲା ସୁରକ୍ଷିତ ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ୍‌ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ପୂର୍ବରୁ ମଧ୍ୟ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଅଭିଭାବକ ଅସନ୍ତୋଷ ଜାହିର କରିଥିବା ଜଣାପଡ଼ିଛି ।

Tags: