ବାଲେଶ୍ୱରରେ ଆଜି ମଧ୍ୟରାତ୍ରି ଯାଏଁ କର୍ଫ୍ୟୁ ଜାରି
ବାଲେଶ୍ୱର : ବାଲେଶ୍ୱର ସହରରେ ଆଜି ମଧ୍ୟ ରାତ୍ରି ଯାଏଁ ବଳବତ୍ତର ରହିବ କର୍ଫ୍ୟୁ I ସୋମବାର ହୋଇଥିବା ଗୋଷ୍ଠୀ ସଂଘର୍ଷକୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାଲାଗି ଗତକାଲି ଠାରୁ କର୍ଫ୍ୟୁ ଜାରି କରାଯାଇଛି I ଏହା ସହିତ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରାଯାଇଛି I ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୦ଟା ଯାଏ ମୋବାଇଲ ଓ ସମସ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ସୋମବାର ଦିନ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ସଂଘର୍ଷ ସୃଷ୍ଟି […]
ବାଲେଶ୍ୱର : ବାଲେଶ୍ୱର ସହରରେ ଆଜି ମଧ୍ୟ ରାତ୍ରି ଯାଏଁ ବଳବତ୍ତର ରହିବ କର୍ଫ୍ୟୁ I ସୋମବାର ହୋଇଥିବା ଗୋଷ୍ଠୀ ସଂଘର୍ଷକୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାଲାଗି ଗତକାଲି ଠାରୁ କର୍ଫ୍ୟୁ ଜାରି କରାଯାଇଛି I ଏହା ସହିତ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରାଯାଇଛି I
ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୦ଟା ଯାଏ ମୋବାଇଲ ଓ ସମସ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ସୋମବାର ଦିନ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିବା ସହରର ସୁନହଟ ତଥା ପାତ୍ରପଡ଼ା ଅଞ୍ଚଳରେ ପ୍ରଥମେ ୧୪୪ ଧାରା ଲାଗୁ କରାଯାଇଥିଲା। ମାତ୍ର ବିଳମ୍ବିତ ରାତିରେ ସୁଏଲପୁର ମାଣିଖମ୍ବ ଅଞ୍ଚଳରେ ଗୋଟିଏ ଗୋଷ୍ଠୀ ସକ୍ରିୟ ହେବା ସାଙ୍ଗକୁ କେତେକ ସ୍ଥାନରେ ଭଙ୍ଗାରୁଜା କରିବା କାରଣରୁ ସମଗ୍ର ପୌରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା। ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମାଇକ ଯୋଗେ ବାଲେଶ୍ବର ସହରର ପ୍ରତିଟି ଅଞ୍ଚଳରେ ଏହି କର୍ଫ୍ୟୁ ସମ୍ପର୍କରେ ପ୍ରଚାର କରାଯାଇଛି।
ପୋଲିସ ଛାଉଣୀରେ ପରିଣତ ହୋଇଛି ପୂରା ସହର । ୪୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଛି । ଏସ୍ପି ସାଗରିକା ନାଥ କହିଛନ୍ତି, ସମ୍ବେଦନଶୀଳ ଅଞ୍ଚଳରେ ପୋଲିସର ବରିଷ୍ଠ ଅଧିକାରୀମାନେ ନଜର ରଖିଛନ୍ତି। ଗୋଷ୍ଠୀ ବିବାଦ ପ୍ରଶମନ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ବିଭିନ୍ନ ସ୍ତରର ଲୋକପ୍ରତିନିଧି ଏବଂ ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି। ଯେଉଁମାନେ ଆଇନକୁ ହାତକୁ ନେବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି ।
ଉତ୍ତେଜନା ଲାଗି ରହିଥିବାରୁ ବାଲେଶ୍ବର ସହରରେ ସ୍କୁଲ, କଲେଜ ସହିତ ଦୋକାନ, ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା । ତେବେ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଗୋଷ୍ଠୀ ବିବାଦ ଜନିତ ହିଂସାକାଣ୍ଡ ଓ ଭଙ୍ଗାରୁଜାକୁ ନେଇ ରୁଜୁ ହୋଇଥିବା ୭ଟି ମାମଲାରେ ମୋଟ ୪୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ଗିରଫ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି।




