ଭିଜିଲାନ୍ସ ଜାଲରେ ସିଏସଓ
ସୋନପୁର : ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ । ଆୟାବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ସୁରେଶ ପାଣିଗ୍ରାହୀଙ୍କ ସୋନପୁର ସ୍ଥିତ ଭଡାଘରେ ଓ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି । ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଉଭୟ ସ୍ଥାନରେ […]
ସୋନପୁର : ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ । ଆୟାବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ସୁରେଶ ପାଣିଗ୍ରାହୀଙ୍କ ସୋନପୁର ସ୍ଥିତ ଭଡାଘରେ ଓ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି । ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଉଭୟ ସ୍ଥାନରେ ତନାଘନା ଜାରି ରଖିଥିବା ସୂଚନା ମିଳିଛି । ବଲାଙ୍ଗୀର ତୁଳସୀ ନଗରସ୍ଥିତ ଘର, ସୁବର୍ଣ୍ଣପୁରସ୍ଥିତ ତାଙ୍କ ଅଫିସ, ବରଗଡ ବିଜେପୁରସ୍ଥିତ ଘର, ଭୁବନେଶ୍ବର ପଟିଆ ଏବଂ ରୟାଲ ଲାଗୁନସ୍ଥିତ ଭଡ଼ାଘର ଆଦି ସ୍ଥାନରେ ଚଢ଼ାଉ ଜାରି ରହିଛି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେ ନେଇ ସଠିକ୍ ସୂଚନା ମିଳିନାହିଁ । ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।




