କ୍ରାଇମବ୍ରାଞ୍ଚ ହାତରେ କ୍ରିପ୍ଟୋ ସ୍କାମର ମାଷ୍ଟର ମାଇଣ୍ଡ
ଭୁବନେଶ୍ୱର :କ୍ରାଇମବ୍ରାଞ୍ଚ EOW ହାତରେ ଧରାପଡିଲା କ୍ରିପ୍ଟୋ ପୁଞ୍ଜି ସ୍କାମର ମାଷ୍ଟର ମାଇଣ୍ଡ I ୟେଶ ୱାର୍ଲଡ କ୍ରିପ୍ଟୋ ଟୋକନ ମୁଖ୍ୟ ସନ୍ଦୀପ ଚୌଧୁରୀଙ୍କୁ ରାଜସ୍ଥାନ ଜୟପୁରରୁ ଗିରଫ କରାଯାଇଛି I ପୂର୍ବରୁ ଦ୍ୱେସଛାଡ଼ିବା ଆଶଙ୍କାରେ ତାଙ୍କ ନାଁରେ ଲୁକ ଆଉଟ ସରକୁଲାର ଜାରି ହୋଇଥିଲା I ତେବେ ୧୫ ତାରିଖ ଦିନ ସେ ଜୟପୁରରୁ ଦୁବାଇ ଯିବାକୁ ଚେଷ୍ଟା କରୁଥିବାବେଳେ ବିମାନ ବନ୍ଦରରୁ ତାଙ୍କୁ ଧରିଥିଲା ବ୍ୟୁରୋ ଅଫ ଇମିଗ୍ରେସନ । ଖବର ପାଇ ଓଡିଶା […]
ଭୁବନେଶ୍ୱର :କ୍ରାଇମବ୍ରାଞ୍ଚ EOW ହାତରେ ଧରାପଡିଲା କ୍ରିପ୍ଟୋ ପୁଞ୍ଜି ସ୍କାମର ମାଷ୍ଟର ମାଇଣ୍ଡ I ୟେଶ ୱାର୍ଲଡ କ୍ରିପ୍ଟୋ ଟୋକନ ମୁଖ୍ୟ ସନ୍ଦୀପ ଚୌଧୁରୀଙ୍କୁ ରାଜସ୍ଥାନ ଜୟପୁରରୁ ଗିରଫ କରାଯାଇଛି I ପୂର୍ବରୁ ଦ୍ୱେସଛାଡ଼ିବା ଆଶଙ୍କାରେ ତାଙ୍କ ନାଁରେ ଲୁକ ଆଉଟ ସରକୁଲାର ଜାରି ହୋଇଥିଲା I ତେବେ ୧୫ ତାରିଖ ଦିନ ସେ ଜୟପୁରରୁ ଦୁବାଇ ଯିବାକୁ ଚେଷ୍ଟା କରୁଥିବାବେଳେ ବିମାନ ବନ୍ଦରରୁ ତାଙ୍କୁ ଧରିଥିଲା ବ୍ୟୁରୋ ଅଫ ଇମିଗ୍ରେସନ । ଖବର ପାଇ ଓଡିଶା EOW ସଂଦୀପଙ୍କୁ ଗିରଫ କରି ୫ ଦିନିଆ ଟ୍ରାନଜିଟ ରିମାଣ୍ଡରେ ଆଣିଛି I ପୂର୍ବରୁ ଏହି ମାମଲାରେ ୟେସ ୱାର୍ଲଡ ଓଡ଼ିଶାର ଦୁଇ ସଦସ୍ୟ ବସନ୍ତ କୁମାର ପ୍ରଧାନ ଓ ମନୋଜ କୁମାର ପଟ୍ଟନାୟକଙ୍କୁ ଗିରଫ କରିଥିଲା EOW ।
ସୂଚନାନୁସାରେ,ସନ୍ଦୀପ ଚୌଧୁରୀ ୨୦୦ କୋଟି ତାଙ୍କର ଠକେଇ କରିଛି I ଓଡିଶାରୁ ୮ ହଜାର ଲୋକଙ୍କୁ ଠକିଥିବା ଜଣା ପଡିଛି । ଭୁବନେଶ୍ୱର,ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼ରେ ଅପରେଟ କରୁଥିଲା । ୟେସ ୱାର୍ଲଡ ଓଡିଶା ସମେତ ୮ଟି ରାଜ୍ୟରେ ଠକେଇ କରିଛି । ଦେଶରେ ଏହାର ଠକେଇ ଶିକାର ହୋଇଛନ୍ତି ଅଢ଼େଇ ଲକ୍ଷରୁ ଅଧିକ ଲୋକ। ଏନେଇ ପୁରୀର ସ୍ୱାଗତ ନାୟକ EOW ରେ ଅଭିଯୋଗ କରିଥିଲେ ।




