କ୍ରିପ୍ଟୋ ସ୍କାମ ,ଇଓଡ଼ବ୍ଲ୍ୟୁ ହାତରେ ଆଉଜଣେ ଅଭିଯୁକ୍ତ

ଭୁବନେଶ୍ୱର : କ୍ରିପ୍ଟୋ ସ୍କାମ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ I ଗିରଫ ଅଭିଯୁକ୍ତ ହେଲା ରତ୍ନାକର ପଲେଇ। ରତ୍ନାକର ଉକ୍ତ ସଂସ୍ଥା ପାଇଁ କାମ କରୁଥିଲା।ସୋସିଆଲ ମିଡିଆ ରେ ଉକ୍ତ ସଂସ୍ଥାର ପ୍ରଚାର ପ୍ରସାର କରୁଥିଲା ସେ। ଉକ୍ତ ସଂସ୍ଥାର ସୋସିଆଲ ମିଡିଆ ହେଡ ଭାବେ କାର୍ଯ୍ୟରତ ଥିଲା ରତ୍ନାକର। ଖାଲି ସେତିକି ନୁହେଁ, ରତ୍ନାକର ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡ଼ିଶା ମୁଖ୍ୟ ନିରଦ ଦାସର ଅତି ନିକଟତର […]

Samaya Live Picture
Published On

ଭୁବନେଶ୍ୱର : କ୍ରିପ୍ଟୋ ସ୍କାମ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ I ଗିରଫ ଅଭିଯୁକ୍ତ ହେଲା ରତ୍ନାକର ପଲେଇ। ରତ୍ନାକର ଉକ୍ତ ସଂସ୍ଥା ପାଇଁ କାମ କରୁଥିଲା।ସୋସିଆଲ ମିଡିଆ ରେ ଉକ୍ତ ସଂସ୍ଥାର ପ୍ରଚାର ପ୍ରସାର କରୁଥିଲା ସେ। ଉକ୍ତ ସଂସ୍ଥାର ସୋସିଆଲ ମିଡିଆ ହେଡ ଭାବେ କାର୍ଯ୍ୟରତ ଥିଲା ରତ୍ନାକର। ଖାଲି ସେତିକି ନୁହେଁ, ରତ୍ନାକର ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡ଼ିଶା ମୁଖ୍ୟ ନିରଦ ଦାସର ଅତି ନିକଟତର ଥିଲା ବୋଲି ଜଣାଯାଇଛି।

ନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଟଙ୍କାର ଠକେଇ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) I ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡିଶା ମୁଖ୍ୟ ନିରଦ ଦାସ ପୂର୍ବରୁ ଗିରଫ ହୋଇଥିବା ବେଳେ ସେମାନଙ୍କୁ ରିମାଣ୍ଡରେ ଆଣି ତଥ୍ୟ ସଂଗ୍ରହ କରୁଛି ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା)। ପୂର୍ବରୁ ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଓପିଆଇଡି କୋର୍ଟରେ ଆବେଦନ କରିଥିଲା ଇଓଡବ୍ଲୁ। ତେବେ ୩ ଦିନ ହିଁ ମଞ୍ଜୁର କରିଥିଲେ କୋର୍ଟ। ସେହି ଅନୁସାରେ ଗତ ୮ ତାରିଖ ଦିନ ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡିଶା ମୁଖ୍ୟ ନିରଦ ଦାସଙ୍କୁ ରିମାଣ୍ଡ ରେ ଆଣି ଜେରା କରିଥିଲା ଇଓଡବ୍ଲୁ I

ସୂଚନାନୁସାରେ, ଇଓଡବ୍ଲୁ ପାଖକୁ ଭଦ୍ରକ, ବାଲେଶ୍ବର, ଭୁବନେଶ୍ବର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରେ କ୍ରିପ୍ଟୋ କରେନ୍ସି କାରବାରରେ ଠକେଇ ହେଉଥିବା ଅଭିଯୋଗ ଆସିଥିଲା। ଭଦ୍ରକ ଜିଲ୍ଲାରେ ସର୍ବାଧିକ ୧୧ କୋଟିରୁ ଅଧିକ ତାଙ୍କର ଠକେଇ କରିଛି ଏହି ସଂସ୍ଥା I

Tags: