କ୍ରିପ୍ଟୋ ଠକେଇ: ଗିରଫ ଦୁଇ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଇଓଡବ୍ଲୁ
ଭୁବନେଶ୍ୱର : କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ଠକେଇ ଘଟଣା I ଗିରଫ ଦୁଇ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଇଓଡବ୍ଲୁ। ଦୁଇ ଅଭିଯୁକ୍ତ ହେଲେ ଗୁରୁତେଜ ସିଂ ସିଦ୍ଧୁ ଓ ନିରୋଦ ଦାସ। ଗତକାଲି ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଓପିଆଇଡି କୋର୍ଟରେ ଆବେଦନ କରିଥିଲେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)। ତେବେ ତିନିଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ଏନେଇ ଇଓଡବ୍ଲୁ ଏସପି ଦିଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ସୂଚନାନୁସାରେ, ହଜାରେ […]
ଭୁବନେଶ୍ୱର : କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ଠକେଇ ଘଟଣା I ଗିରଫ ଦୁଇ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଇଓଡବ୍ଲୁ। ଦୁଇ ଅଭିଯୁକ୍ତ ହେଲେ ଗୁରୁତେଜ ସିଂ ସିଦ୍ଧୁ ଓ ନିରୋଦ ଦାସ। ଗତକାଲି ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଓପିଆଇଡି କୋର୍ଟରେ ଆବେଦନ କରିଥିଲେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)। ତେବେ ତିନିଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ଏନେଇ ଇଓଡବ୍ଲୁ ଏସପି ଦିଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ହଜାରେ କୋଟି କ୍ରିପ୍ଟୋ କରେନ୍ସି କାରବାର ସଂକ୍ରାନ୍ତରେ ଇଓଡବ୍ଲୁ ପାଖରେ ବିଶ୍ବସ୍ତ ସୂତ୍ରରୁ ଖବର ପହଞ୍ଚିଥିଲା। କ୍ରିପ୍ଟୋ ଟୋକନ ନାମରେ ସାରା ଦେଶର ଅନ୍ୟତମ ବଡ଼ କ୍ରିପ୍ଟୋ ପୁଞ୍ଜି ଠକେଇର ପର୍ଦାଫାଶ ହୋଇଛି I ‘STA କ୍ରିପ୍ଟୋ ଟୋକନ’ ର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁ ଓ ଓଡିଶା ମୁଖ୍ୟ ନିରୋଦ ଦାସଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) I ଏହାବାଦ କ୍ରିପ୍ଟୋ ସ୍କାମ ର ପ୍ରତିଷ୍ଠାତା ତଥା ମାଷ୍ଟରମାଇଣ୍ଡ ଡେଭିଡ ଗେଜଙ୍କ ବିରୋଧରେ ଲୁକ ଆଉଟ ସରକୁଲାର ଲଗାଇବାକୁ ପଦକ୍ଷେପ ନିଆଯାଉଛି I
ସୂଚନାନୁସାରେ ୨୦୨୧ରେ ଖୋଲିଥିବା ଏହି ସଂସ୍ଥା ସୋଲାର ବ୍ୟବସାୟ କରୁଥିବା ତାର ୱେବସାଇଟରେ ଦର୍ଶାଇଥିଲେ। କିନ୍ତୁ ଯାଞ୍ଚ ବେଳେ ଏହା କ୍ରିପ୍ଟୋ କରେନ୍ସି ନାଁରେ ଠକେଇ ସଂସ୍ଥା ବୋଲି ଜଣାପଡ଼ିଥିଲା। ପିରାମିଡ୍ ଆକୃତିର ଚେନ୍ ସିଷ୍ଟମରେ ଚାଲିଥିବା ଏହି କାରବାରରେ ପ୍ରତିଦିନ ନୂଆ ନୂଆ ସଦସ୍ୟ ସାମିଲ ହେଉଥିଲେ। ଏଥିପାଇଁ ପ୍ରତିଦିନ ୨୦ରୁ ୩ ହଜାର ଡଲାର ଅର୍ଥ ରୋଜଗାର କରିବାର ଲୋଭ ଦେଖା ଯାଉଥିଲା।




