ଆର.ଜି. ମେଡିକାଲ ଘଟଣା,ବ୍ୟବଚ୍ଛେଦ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ

କଲକତା : କଲକାତା ଆର.ଜି. କର ମେଡିକାଲରେ ଟ୍ରେନିଂ ଡାକ୍ତରଙ୍କୁ ବିଭତ୍ସ ହତ୍ୟା ଘଟଣା I ସୋମବାର ଆସିଲା ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ I ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ କିପରି ନିର୍ମମ ଭାବେ ହତ୍ୟା କରାଯାଇଛି ତାହା ରିପୋର୍ଟରେ ଦର୍ଶାଯାଇଛି। ପୀଡ଼ିତା ଅଭିଯୁକ୍ତ କବଳରୁ ନିଜ ଜୀବନ ବଞ୍ଚାଇବାକୁ ଶେ​‌ଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ବୋଲି ରିପୋର୍ଟରୁ ଅନୁମାନ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ପୀଡ଼ିତାଙ୍କ ଶରୀରରେ ୧୪ ସ୍ଥାନରେ କ୍ଷତ ଚିହ୍ନ […]

Samaya Live Picture
Published On

କଲକତା : କଲକାତା ଆର.ଜି. କର ମେଡିକାଲରେ ଟ୍ରେନିଂ ଡାକ୍ତରଙ୍କୁ ବିଭତ୍ସ ହତ୍ୟା ଘଟଣା I ସୋମବାର ଆସିଲା ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ I ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ କିପରି ନିର୍ମମ ଭାବେ ହତ୍ୟା କରାଯାଇଛି ତାହା ରିପୋର୍ଟରେ ଦର୍ଶାଯାଇଛି। ପୀଡ଼ିତା ଅଭିଯୁକ୍ତ କବଳରୁ ନିଜ ଜୀବନ ବଞ୍ଚାଇବାକୁ ଶେ​‌ଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ବୋଲି ରିପୋର୍ଟରୁ ଅନୁମାନ କରାଯାଉଛି ।

ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ପୀଡ଼ିତାଙ୍କ ଶରୀରରେ ୧୪ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତାଙ୍କ ମୁଣ୍ଡ, ମୁହଁ, ବେକ, ହାତ ଏବଂ ଯୌନାଙ୍ଗରେ ଗଭୀର କ୍ଷତ ଥିବା ଦର୍ଶାଯାଇଛି। ଶ୍ଵାସରୁଦ୍ଧ ଯୋଗୁ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ବଳପୂର୍ବକ ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି। ଏହାବ୍ୟତୀତ ନାକ, କାନ୍ଧରେ ଆଘାତ ଲାଗିଛି। ବେକରେ କ୍ଷତ ଚିହ୍ନ ଥିବାରୁ ପୀଡ଼ିତା ଅଭିଯୁକ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ବହୁ ଉଦ୍ୟମ କରିଛନ୍ତି। କିନ୍ତୁ ଶେଷରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଛାତିରେ ଆଘାତ ଯୋଗୁ ଫୁସଫୁସରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟରୁ ଅନେକ କଥା ସ୍ପଷ୍ଟ ହୋଇଥିବା ବେଳେ ଆହୁରି ଅଧିକ ତଥ୍ୟ ପାଇଁ ଭିସେରା ଓ ରକ୍ତନମୁନା ରିପୋର୍ଟକୁ ଅପେକ୍ଷା ରହିଛି ।

ସୂଚନାନୁସାରେ,ଗତ ୯ ଅଗଷ୍ଟ ରେ କଲକତାରେ ଆର.ଜି.କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଜଣେ ୩୧ ବର୍ଷୀୟ ପିଜି ଟ୍ରେନିଂ ଡାକ୍ତରଙ୍କୁ ଡ୍ୟୁଟି ସମୟରେ ଅତି ବିଭତ୍ସ ଭାବରେ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ନେଇ ଦେଶବ୍ୟାପୀ ରେସିଡାଣ୍ଟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରିସାରିଛି। ତେବେ ହସ୍ପିଟାଲର ସ୍ଥାୟୀ ସୁରକ୍ଷା ଓ ଦୋଷୀଙ୍କୁ କଠୋର ଦଣ୍ଡ ଦାବିରେ ଡାକ୍ତରମାନେ ନିଜ ପ୍ରତିବାଦ ଜାରି ରଖିଛନ୍ତି। କାରଣ ଘଟଣାରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ପ୍ରମାଣ ଲୁଚାଉଛନ୍ତି ମମତା ସରକାର। ତେବେ ଏହି ମାମଲାରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମ୍‌କୋର୍ଟ। ଆସନ୍ତାକାଲି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ହେବ ଶୁଣାଣି। ମୁଖ୍ୟ ଅଭିଯୁକ୍ତର ସାଇକୋଲୋଜିକାଲ ଟେଷ୍ଟ କରିଛି ସିବିଆଇ ଟିମ୍। ସେପଟେ RG କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପ୍ରାୟ ୧୩ ଘଣ୍ଟା ଧରି ଜେରା କରିଛି ସିବିଆଇ । ମେଡିକାଲ ଆଖପାଖରେ କଡା ସୁରକ୍ଷା ବ୍ୟବସ୍ଥା ସହ ଲାଗୁ ହୋଇଛି ୧୬୩ ଧାରା । ଅଗଷ୍ଟ ୨୪ ପର୍ଯ୍ୟନ୍ତ ସେ ଅଞ୍ଚଳକୁ ଯିବା ଉପରେ ରହିଛି କଟକଣା।

Tags: