ସୈତାନ ପଡୋଶୀ,ଅପହରଣ ପରେ ନାବାଳକଙ୍କୁ କଲା ହତ୍ୟା
ଝାରସୁଗୁଡା : ଅପହରଣ ପରେ ନାବାଳକକୁ ପୋଡି ହତ୍ୟା । ଅପହରଣ ପରେ ନାବାଳକଙ୍କ ବାପାକୁ ୫୦ଲକ୍ଷ ଟଙ୍କା ମାଗିଥିଲେ ଦୁର୍ବୁର୍ତ । ଏନେଇ ନାବାଳକଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଏଭଳି ଲୋମହର୍ଷଣ କାରୀ ଘଟଣା ଘଟିଛି ଝାରସୁଗୁଡା ଅଞ୍ଚଳରେ । ଘଟନାନୁସାରେ, ଝାରସୁଗୁଡ଼ା ସରବାହାଲର ପ୍ରତିଷ୍ଠିତ ବ୍ୟବସାୟୀ ସୁନୀତ ଅଗ୍ରୱାଲଙ୍କ ୧୫ ବର୍ଷିୟ ପୁଅ ସମର୍ଥ ଅଗ୍ରୱାଲ । ଗତ ୨୭ ତାରିଖରେ ସରବାହାଲ ସ୍ଥିତ କ୍ରିଷ୍ଣା ଆପାର୍ଟମେଣ୍ଟରୁ ସମର୍ଥଙ୍କୁ ଅପହରଣ କରିଥିଲେ […]
ଝାରସୁଗୁଡା : ଅପହରଣ ପରେ ନାବାଳକକୁ ପୋଡି ହତ୍ୟା । ଅପହରଣ ପରେ ନାବାଳକଙ୍କ ବାପାକୁ ୫୦ଲକ୍ଷ ଟଙ୍କା ମାଗିଥିଲେ ଦୁର୍ବୁର୍ତ । ଏନେଇ ନାବାଳକଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଏଭଳି ଲୋମହର୍ଷଣ କାରୀ ଘଟଣା ଘଟିଛି ଝାରସୁଗୁଡା ଅଞ୍ଚଳରେ ।
ଘଟନାନୁସାରେ, ଝାରସୁଗୁଡ଼ା ସରବାହାଲର ପ୍ରତିଷ୍ଠିତ ବ୍ୟବସାୟୀ ସୁନୀତ ଅଗ୍ରୱାଲଙ୍କ ୧୫ ବର୍ଷିୟ ପୁଅ ସମର୍ଥ ଅଗ୍ରୱାଲ । ଗତ ୨୭ ତାରିଖରେ ସରବାହାଲ ସ୍ଥିତ କ୍ରିଷ୍ଣା ଆପାର୍ଟମେଣ୍ଟରୁ ସମର୍ଥଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ସେ ସମୟରେ ସମର୍ଥ ଘରୁ ଏକ ଧଳା ରଙ୍ଗର ସ୍କୁଟି ଧରି କ୍ରିକେଟ ଖେଳିବାକୁ ଯାଉଥିଲେ । ଅପହରଣକାରୀ ମାନେ ହେଉଛନ୍ତି ଅମିତ କୁମାର ଶର୍ମା ଓ ଦିନେଶ ଅଗ୍ରୱାଲ । ଅମିତ ଝାରସୁଗୁଡା ବିଜୁନଗର ଅଞ୍ଚଳର ହୋଇଥିବାବେଳେ ଦିନେଶ ଅଗ୍ରୱାଲ ହେଉଛି ବ୍ରଜରାଜନଗରର । ଦୀନେଶ ହେଉଛନ୍ତି ସମର୍ଥ ଅଗ୍ରୱାଲ ର ପଡୋଶୀ Iସେମାନେ ପ୍ରଥମେ ସମର୍ଥକୁ ଡାକିଥିଲେ ,ଦୀନେଶ ଚିହ୍ନI ଲୋକ ହୋଇଥିବାରୁ ସମର୍ଥ ତାଙ୍କ ନିକଟକୁ ଯିବା ପରେ ତାଙ୍କୁ ସେମାନେ ନିଜ କାର ରେ ଉଠାଇ ନେଇଥିଲେ I ଏହାପରେ ସମର୍ଥ ର ମୁଣ୍ଡ ଜାମିନ ରଖି ତାଙ୍କ ବାପାଙ୍କୁ ୫୦ଲକ୍ଷ ଟଙ୍କା ମାଗିଥିଲେ I ଏନେଇ ନାବାଳକଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଝାରସୁଗୁଡା ପୋଲିସର ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଥିଲା । ବରଗଡ ଜିଲ୍ଲା ଭେଡେନ୍ ଥାନା ପାଖ ଜଙ୍ଗଲରୁ ଅପହୃତ ଦଶମ ଶ୍ରେଣୀ ଛାତ୍ରଙ୍କ ଅଧାପୋଡା ମୃତଦେହ ଉଦ୍ଧାର ହୋଇଛି ।
ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଝାରସୁଗୁଡ଼ା ପୋଲିସ ଗିରଫ କରି ଥିବାନେଇ ସୂଚନା ଦେଇଛନ୍ତି, ଝାରସୁଗୁଡା ଏସପି ସ୍ମିତ ପାରମାର । ସେ କହିଛନ୍ତି, ଗୋଡଭଗା ପଟରୁ ଏକ ନୀଳରଙ୍ଗର କାରରେ ଦୁଇ-ତିନି ଜଣ ବ୍ୟକ୍ତି ଘଟଣାସ୍ଥଳକୁ ଆସି ସମର୍ଥଙ୍କ ମୃତଦେହକୁ ପୋଡି ଚାଲିଯାଇଥିଲେ । ପୋଲିସ ସେଠାରୁ ଏକ କଟୁରୀ, ପେଟ୍ରୋଲ ଅଣାଯାଇଥିବା ଏକ ପ୍ଲାଷ୍ଟିକ ଜାର ଜବତ କରିଛି ।




