ରାଜଧାନୀରେ କମିବ ଅପରାଧ, କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହେଲା “ସହଭାଗିତା”
ଭୁବନେଶ୍ୱର : ରାଜଧାନୀ ହେବ ଅପରାଧ ମୁକ୍ତ I ସିସିଟିଭି ସର୍ଭେଲାନ୍ସରେ ରହିବ ସ୍ମାର୍ଟ ସିଟି । ଏହା ମାଧ୍ୟମରେ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବ ସିସିଟିଭି I ସେଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହେବ “ସହଭାଗିତା”। ରାଜଧାନୀ ଭୁବନେଶ୍ୱରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ସୁନା ଦୋକାନ, ବ୍ୟାଙ୍କ, ମଲ ଓ ହାଉସିଂ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଗୁଡିକର ଲିଙ୍କକୁ ପୁଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ଲୋକଙ୍କ ସହଯୋଗ ଲୋଡିଛନ୍ତି ପୁଲିସ […]
ଭୁବନେଶ୍ୱର : ରାଜଧାନୀ ହେବ ଅପରାଧ ମୁକ୍ତ I ସିସିଟିଭି ସର୍ଭେଲାନ୍ସରେ ରହିବ ସ୍ମାର୍ଟ ସିଟି । ଏହା ମାଧ୍ୟମରେ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବ ସିସିଟିଭି I ସେଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହେବ “ସହଭାଗିତା”। ରାଜଧାନୀ ଭୁବନେଶ୍ୱରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ସୁନା ଦୋକାନ, ବ୍ୟାଙ୍କ, ମଲ ଓ ହାଉସିଂ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଗୁଡିକର ଲିଙ୍କକୁ ପୁଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ଲୋକଙ୍କ ସହଯୋଗ ଲୋଡିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ I ଆଗକୁ ପାର୍ବଣ ଋତୁ ଆସୁଥିବାରୁ ରାଜଧାନୀରେ ଅପରାଧୀଙ୍କୁ ଧରିବା ଓ ହେଉଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୁଲିସ ଏହି ନୂଆ ରଣନୀତି ଆପଣାଇଛି।
ଏଥିପାଇଁ ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି ଯେ, ଲାଗିଥିବା ସିସିଟିଭି ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ରଖନ୍ତୁ। କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ। ସିସିଟିଭିର ଆଇପି ଆଡ୍ରେସ ପୁଲିସ ସହ ସେୟାର କରିବାକୁ କୁହାଯାଇଥିବା ବେଳେ ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ଜଣାଯାଇଛି।




