କ୍ରେଡିଟ୍ କାର୍ଡରେ ୮ କୋଟିର ଠକେଇ,୬ ଗିରଫ
ଭୁବନେଶ୍ୱର : କ୍ରେଡିଟ୍ କାର୍ଡ ମାଧ୍ୟମରେ ୮କୋଟି ଟଙ୍କାର ଠକେଇ,୬ ଠକଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ । ଏମାନଙ୍କ ନିକଟରୁ ୬ ଟି ମୋବାଇଲ,୪୫୦ଟି ଦେବିଟି ଓ କ୍ରେଡିଟ କାର୍ଡ,୫୦ ଟି ଚେକବୁକ,୭୮ ଟି ପାସବୁକ , ୬ଟି ସ୍ବାଇପ ମେସିନ ସହିତ ୩ ବସ୍ତା ମନି ରସିଦ ଜବତ ହୋଇଛି I କ୍ରେଡିଟ କାର୍ଡ ଠକେଇରେ ବ୍ୟାଙ୍କ ଅଧିକାରୀଙ୍କ ସମ୍ପୃକ୍ତି ଥିବାନେଇ ସନ୍ଦେହ କରୁଛି ପୋଲିସ I ରାକେଶ କୁମାର ନାମକ ବ୍ୟକ୍ତିଙ୍କ ଅଭିଯୋଗ […]
ଭୁବନେଶ୍ୱର : କ୍ରେଡିଟ୍ କାର୍ଡ ମାଧ୍ୟମରେ ୮କୋଟି ଟଙ୍କାର ଠକେଇ,୬ ଠକଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ । ଏମାନଙ୍କ ନିକଟରୁ ୬ ଟି ମୋବାଇଲ,୪୫୦ଟି ଦେବିଟି ଓ କ୍ରେଡିଟ କାର୍ଡ,୫୦ ଟି ଚେକବୁକ,୭୮ ଟି ପାସବୁକ , ୬ଟି ସ୍ବାଇପ ମେସିନ ସହିତ ୩ ବସ୍ତା ମନି ରସିଦ ଜବତ ହୋଇଛି I କ୍ରେଡିଟ କାର୍ଡ ଠକେଇରେ ବ୍ୟାଙ୍କ ଅଧିକାରୀଙ୍କ ସମ୍ପୃକ୍ତି ଥିବାନେଇ ସନ୍ଦେହ କରୁଛି ପୋଲିସ I
ରାକେଶ କୁମାର ନାମକ ବ୍ୟକ୍ତିଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଲା ପୁରା ଠକେଇ ଘଟଣା । ଅଭିଯୋଗକାରୀ ରାକେଶ ଲୋନ ପାଇଁ ଆବେଦନ କରିବା ସମୟରେ ତାଙ୍କ ନାଁରେ କ୍ରେଡିଟ କାର୍ଡ ହୋଇଥିବା ଜାଣିବାକୁ ପାଇଥିଲେ । ଅଭିଯୁକ୍ତ ବିଜୁ ତ୍ରିପାଠୀ ଏହି କାର୍ଡ ବ୍ୟବହାର କରୁଥିବା ଜାଣିବା ପରେ ପରେ ଏନେଇ ସେ ଡିସେମ୍ବର ୧୭ ରେ ସାଇବର ଥାନାର ଦ୍ୱାରସ୍ଥ ହୋଇଥଲେ । ଅଭିଯୁକ୍ତ ଜଣଙ୍କ ହସ୍ପିଟାଲ ବିଲିଂ ଏଜେଂଟଙ୍କ ସହ ମିଶି ଯୋଜନାବଦ୍ଧ ଭାବେ ଠକେଇ କରୁଥିବା ତଦନ୍ତ ପରେ ଜଣାପଡିଥିଲା । ହସ୍ପଟିଲ ଗୁଡିକରେ ପେସେଂଟ ବିଲିଂ କରିବା ସମୟରେ ବିଲିଂ ଏଜେଂଟ ଠକ ନିକଟରେ ଥିବା କ୍ର୍ରେଡିଟ କାର୍ଡ ମାଧ୍ୟମରେ ସ୍ୱାଇପ କରି ପେମେଂଟ ନେଉଥିଲେ । ହେଲେ ଏହି ଟଙ୍କା ସବୁ ଠକ ଅଭିଯୁକ୍ତର ଆକାଉଁଟକୁ ଯାଉଥିଲା । ଏଭଳି କରି ଲୋକଙ୍କୁ ଚୁନା ଲଗାଉଥିଲା ଠକ । ଗିରଫ ପରେ ସାଇବର ଥାନା ପୋଲିସଅଭିଯୁକ୍ତ ନିକଟରୁ ୭ଲକ୍ଷ ଟଙ୍କା ସହିତ ୪୫୦ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ, ୬ଟି ମୋବାଇଲ, ପାସବୁକ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ।




