ଦମ୍ପତି ଶ୍ରୀ ୪୨୦,ଠକିନେଲେ ୪୦ କୋଟି

ଭୁବନେଶ୍ୱର : ୫୦ ପ୍ରତିଶତ ଡିସକାଉଣ୍ଟରେ ଦାମୀ କାର ଯୋଗାଇ ଦେବାକୁ କହି ୪୦ କୋଟିର ଠକେଇ । ମାଷ୍ଟରମାଇଣ୍ଡ ଦମ୍ପତି ଶ୍ରୀ ୪୨୦ ଥାନାରେ ଅଟକ । ଠକ ଦମ୍ପତି ଅକ୍ଷୟ ଗୌଡ଼ ଓ ତାଙ୍କ ପତ୍ନୀ ଉଷାରାଣୀ ବାରିକ ଏବଂ ସହଯୋଗୀ ଶିବରାମ ଗୌଡ଼ଙ୍କୁ ଅଟକ ରଖିଛି ନୟାପଲ୍ଲୀ ପୋଲିସ। ମା ପାଟଖଣ୍ଡା ଅଟୋ ମୋବାଇଲ୍ସ ନାଁରେ ଠକେଇ କରିଛନ୍ତି ଦମ୍ପତ୍ତି । ରାଜଧାନୀର ଏକଧିକ ପୋଲିସଙ୍କ ସମେତ ଶତାଧିକ ଲୋକଙ୍କୁ ଚୂନା ଲଗାଇଛନ୍ତି। […]

Samaya Live Picture
Published On

ଭୁବନେଶ୍ୱର : ୫୦ ପ୍ରତିଶତ ଡିସକାଉଣ୍ଟରେ ଦାମୀ କାର ଯୋଗାଇ ଦେବାକୁ କହି ୪୦ କୋଟିର ଠକେଇ । ମାଷ୍ଟରମାଇଣ୍ଡ ଦମ୍ପତି ଶ୍ରୀ ୪୨୦ ଥାନାରେ ଅଟକ । ଠକ ଦମ୍ପତି ଅକ୍ଷୟ ଗୌଡ଼ ଓ ତାଙ୍କ ପତ୍ନୀ ଉଷାରାଣୀ ବାରିକ ଏବଂ ସହଯୋଗୀ ଶିବରାମ ଗୌଡ଼ଙ୍କୁ ଅଟକ ରଖିଛି ନୟାପଲ୍ଲୀ ପୋଲିସ। ମା ପାଟଖଣ୍ଡା ଅଟୋ ମୋବାଇଲ୍ସ ନାଁରେ ଠକେଇ କରିଛନ୍ତି ଦମ୍ପତ୍ତି । ରାଜଧାନୀର ଏକଧିକ ପୋଲିସଙ୍କ ସମେତ ଶତାଧିକ ଲୋକଙ୍କୁ ଚୂନା ଲଗାଇଛନ୍ତି। ତାଙ୍କ ନାଁରେ ରାଜଧାନୀର ଏକାଧିକ ଥାନାରେ ମାମଲା ରୁଜୁ ହୋଇଛି। ୫୦ ପ୍ରତିଶତ ଡିସକାଉଣ୍ଟରେ ଦାମୀ କାର ଦେବାକୁ କହି ଲୋକଙ୍କୁ ଭୁଆଁ ବୁଲାଇ ଲୁଟୁଥିବା ଜଣାପଡିଛି I
ସୂଚନା ଅନୁଯାୟୀ ରାଜଧାନୀରେ ଏକାଧିକ ପୋଲିସ ସମେତ ଶତାଧିକ ଲୋକଙ୍କୁ ମା ପାଟଖଣ୍ଡା ଅଟୋ ମୋବାଇଲ୍ସ ନାଁରେ ଚୂନ ଲଗାଇ ଥିଲେ ସ୍ଵାମୀ ସ୍ତ୍ରୀ । ୫୦ ପ୍ରତିଶତ ଡିସକାଉଣ୍ଟରେ ଦାମୀ କାର ଯୋଗାଇ ଦେବାକୁ କହି ୧୦ ଲକ୍ଷ ଟଙ୍କାର କାର ୬ ଲକ୍ଷ,୧୮ ଲକ୍ଷ ଟଙ୍କାର କାର ୯ ଲକ୍ଷ ଟଙ୍କାରେ ଦେବେ ବୋଲି କହିଥିଲେ I ଏନେଇ ବିଭିନ୍ନ କାର ସୋ ରୁମ ଏହି କ୍ଲିୟରାନ୍ଲସ ସେଲପାଇଁ ମା ପାଟଖଣ୍ଡ ଅଟୋମୋବାଇଲ୍ସ ପ୍ରାଇଭେଟ ଲିମିଟେଡ ସହ ଚୁକ୍ତି କରିଥିବା କହିଥିଲେ ଏବଂ ଏହାକୁ ସତ ପ୍ରମାଣିତ କରାଇବାକୁ ଯାଇ କିଛି ଲୋକଙ୍କୁ ନୂଆ କାର ମଧ୍ୟ ଯୋଗାଇ ଦେଇଥିଲେ ।

ଏହାପରେ ଶତାଧିକ ଲୋକଙ୍କ ଠାରୁ ପାଖାପାଖି ୪୦ କୋଟି ଟଙ୍କାର ଚୂନ ଲଗାଇ ସ୍ବାମୀ ସ୍ତ୍ରୀ ସମେତ ୩ ଜଣ କୁଖ୍ୟାତ ଠକ ଫେରାର ହୋଇ ଯାଇଥିଲେ । ଠକେଇ ଅଭିଯୋଗରେ ରାଜ୍ୟର ଏକାଧିକ ଥାନାରେ ତାଙ୍କ ନାରେ ମାମଲା ରୁଜୁ ହୋଇଛି। ଏ ନେଇ ପାହାଳ, ନୟାପଲ୍ଲୀ,ଖଣ୍ଡଗିରି, ଲକ୍ଷ୍ମୀସାଗର ,କ୍ୟାପିଟାଲ ଥାନାରେ ଏକାଧିକ ଅଭିଯୋଗ ହୋଇଛି । ପୋଲିସ ଏ ନେଇ ମାଲା ମଧ୍ୟ ରୁଜୁ କରିଛି ।

Tags: