ମତ୍ସ୍ୟଜୀବୀଙ୍କ ଜାଲରେ ଶବ !
ପାରାଦୀପ : ମାଛ ଜାଲରେ ପଡିଲା ଶବ । ପାରାଦୀପ ଜଟାଧାର ମୁହାଣ ନିକଟ ସମୁଦ୍ରରେ ଜାଲ ପକାଇବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଛି । ତେବେ ଏହି ମୃତ ଦେହଟି କାହାର ? କେମିତି ଏ ପାଣି ଭତରକୁ ଆସିଲା? ତାଙ୍କୁ କିଏ ମାରିଛି କି? ଏହି ଭଳି କିଛି ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଏଯାଏଁ କିଛି ସ୍ପଷ୍ଟ ହୋଇପାରିନି। ମୃତଦେହଟି କୌଣସି ଏକ ବିଦେଶୀ ନାଗରିକଙ୍କ […]
ପାରାଦୀପ : ମାଛ ଜାଲରେ ପଡିଲା ଶବ । ପାରାଦୀପ ଜଟାଧାର ମୁହାଣ ନିକଟ ସମୁଦ୍ରରେ ଜାଲ ପକାଇବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଛି । ତେବେ ଏହି ମୃତ ଦେହଟି କାହାର ? କେମିତି ଏ ପାଣି ଭତରକୁ ଆସିଲା? ତାଙ୍କୁ କିଏ ମାରିଛି କି? ଏହି ଭଳି କିଛି ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଏଯାଏଁ କିଛି ସ୍ପଷ୍ଟ ହୋଇପାରିନି। ମୃତଦେହଟି କୌଣସି ଏକ ବିଦେଶୀ ନାଗରିକଙ୍କ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ଯୁବକଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ନଦୀରେ ଭସାଇ ଦେଇଥିବା ଚର୍ଚ୍ଚା ହେଉଛି। ଖବର ପାଇ ମେରାଇନ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ,ରବିବାର ଅପରାହ୍ଣରେ କିଛି ମତ୍ସ୍ୟଜୀବୀ ଜଟାଧାର ମୁହାଣ ଭୋସକାଲିସ ପଏଣ୍ଟ ନିକଟରେ ଜାଲ ପକାଉଥିଲେ। ଏହି ସମୟରେ ଜାଲଟି ହଠାତ୍ ଭାରୀ ହୋଇଯାଥିଲା। ସଂପୃକ୍ତ ମତ୍ସ୍ୟଜୀବୀ ଜାଲକୁ କୂଳକୁ ଟାଣିପାରି ନଥିଲେ। ବଡ଼ ମାଛ ପଡ଼ିଥିବା ଭାବି ଦୁଇଜଣ ମତ୍ସ୍ୟଜୀବୀ ପାଣିରେ ପଶି ଜାଲକୁ ଟେକିଥିଲେ। ମାତ୍ର ମାଛ ବଦଳରେ ଶବକୁ ଦେଖି ଜାଲ ଛାଡ଼ି ମତ୍ସ୍ୟଜୀବୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନ୍ୟ ମତ୍ସ୍ୟଜୀବୀଙ୍କୁ ଘଟଣାସଂପର୍କରେ ଜଣାଇଥିଲେ। ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ସମୁଦ୍ରରେ ମୃତଦେହ କେଉଁଠୁ ଆସିଲା ଏହି ଘଟଣାରେ ତଦନ୍ତ କରୁଛି ମେରାଇନ ଥାନା ପୋଲିସ ।




