ଭଣ୍ଡୁର ହେଲା ମାଓ ଷଡ଼ଯନ୍ତ୍ର, ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ
ରାଉରକେଲା : ଓଡିଶା ଓ ଝାଡ଼ଖଣ୍ଡ ସୀମାନ୍ତରେ ଥମୁନି ନକ୍ସଲ ହିଂସା I ଟଳିଲା ବଡ ଧରଣର ବିପଦ I ଫସର ଫାଟିଲା ମାଓ ଷଡ଼ଯନ୍ତ୍ର I ଜବତ ହେଲା ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ I ତଥ୍ୟାନୁସାରେ, ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଟୋପାଡିହି ରେଳଧାରଣା ନିକଟରୁ ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ ଜବତ କରିଛନ୍ତି ଡିଭିଏଫ ଯବାନ । ସ୍ଥାନୀୟ ପୁଲିସ ଓ ଡିଭିଏଫ୍ ଯବାନ ମିଳିତ ଅପରେସନବେଳେ ଏହା ଠାବ କରାଯାଇଛି […]
ରାଉରକେଲା : ଓଡିଶା ଓ ଝାଡ଼ଖଣ୍ଡ ସୀମାନ୍ତରେ ଥମୁନି ନକ୍ସଲ ହିଂସା I ଟଳିଲା ବଡ ଧରଣର ବିପଦ I ଫସର ଫାଟିଲା ମାଓ ଷଡ଼ଯନ୍ତ୍ର I ଜବତ ହେଲା ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ I
ତଥ୍ୟାନୁସାରେ, ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଟୋପାଡିହି ରେଳଧାରଣା ନିକଟରୁ ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ ଜବତ କରିଛନ୍ତି ଡିଭିଏଫ ଯବାନ । ସ୍ଥାନୀୟ ପୁଲିସ ଓ ଡିଭିଏଫ୍ ଯବାନ ମିଳିତ ଅପରେସନବେଳେ ଏହା ଠାବ କରାଯାଇଛି I ପରେ ବୋମା ନିଷ୍କ୍ରିୟ ଟିମ୍ ନିକଟସ୍ଥ ଜଙ୍ଗଲରେ ଏହାକୁ ନିଷ୍କ୍ରିୟ କରିଛି I ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି I ସିଆରପିଏଫ ଓ ଆରପିଏଫ ଯବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି I




