କନେଷ୍ଟବଳ ପତ୍ନୀଙ୍କୁ ହତ୍ୟା ଉଦ୍ୟମ କଲେ କନେଷ୍ଟବଳ ସ୍ୱାମୀ

ବଲାଙ୍ଗୀର : ଆଇନ ରକ୍ଷକଙ୍କ ବେଆଇନ କାମ । କନେଷ୍ଟବଳ ପତ୍ନୀଙ୍କ ମୁଣ୍ଡକୁ ଇଟାରେ ଛେଚି ହତ୍ୟା ଉଦ୍ୟମ କରିଛନ୍ତି କନେଷ୍ଟବଳ ସ୍ୱାମୀ । ଏହି ଘଟଣାରେ ତାଙ୍କର ଜଣେ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିବାବେଳେ ସ୍ୱାମୀ ଫେରାର ଅଛନ୍ତି । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନାଞ୍ଚରେ । ପୋଲିସ ସ୍ୱାମୀ ଜ୍ୟୋତିର୍ମୟ ପ୍ରଧାନଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି କନେଷ୍ଟବଳ ପତ୍ନୀ ନୁପୁର ବିଶ୍ୱାଳ । ନିଜେ ପୋଲିସ ବିଭାଗରେ କାର୍ଯ୍ୟରତ ଥାଇ […]

Samaya Live Picture
Published On

ବଲାଙ୍ଗୀର : ଆଇନ ରକ୍ଷକଙ୍କ ବେଆଇନ କାମ । କନେଷ୍ଟବଳ ପତ୍ନୀଙ୍କ ମୁଣ୍ଡକୁ ଇଟାରେ ଛେଚି ହତ୍ୟା ଉଦ୍ୟମ କରିଛନ୍ତି କନେଷ୍ଟବଳ ସ୍ୱାମୀ । ଏହି ଘଟଣାରେ ତାଙ୍କର ଜଣେ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିବାବେଳେ ସ୍ୱାମୀ ଫେରାର ଅଛନ୍ତି । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନାଞ୍ଚରେ । ପୋଲିସ ସ୍ୱାମୀ ଜ୍ୟୋତିର୍ମୟ ପ୍ରଧାନଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି କନେଷ୍ଟବଳ ପତ୍ନୀ ନୁପୁର ବିଶ୍ୱାଳ । ନିଜେ ପୋଲିସ ବିଭାଗରେ କାର୍ଯ୍ୟରତ ଥାଇ ବି ସେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଜ୍ୟୋତିର୍ମୟ ପ୍ରଧାନ ଫେରାର ଅଛନ୍ତି ।

ଘଟନାନୁସାରେ, ଗତ ୮ ତାରିଖ ସନ୍ଧ୍ୟାରେ ତୁଷୁରା ଥାନା ସମରା ଗାଁରୁ ଏକ ବାହାଘର କାର୍ଯ୍ୟକ୍ରମ ସାରି ଜ୍ୟୋତିର୍ମୟ ପ୍ରଧାନ ତାଙ୍କ ସ୍ତ୍ରୀ କନଷ୍ଟେବଳ ନୂପୁର ବିଶ୍ୱାଳଙ୍କ ସହିତ ବାଇକରେ ଫେରୁଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ପରେ ଜ୍ୟୋତି ନିଜର ଆଉ ଜଣେ ସହଯୋଗୀ ଜଗନ୍ନାଥ ପ୍ରଧାନଙ୍କ ସହିତ ମିଶି ନୂପୁରକୁ ପଥର ଛେଚି ହତ୍ୟା ଉଦ୍ୟମ କରି ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଗୁରୁତର ଅବସ୍ଥାରେ ମହିଳା କନେଷ୍ଟବଳଙ୍କୁ ଉଦ୍ଧାର କରି ବଲାଙ୍ଗୀରର ଏକ ଘରୋଇ ମେଡିକାଳରେ ଭର୍ତି କରିଥିଲେ । ମରଣ ମୁହଁରୁ ବଞ୍ଚିବା ପରେ ନିଜ ସ୍ୱାମୀଙ୍କ ନାଁରେ ଏଭଳି ହତ୍ୟା ଅଭିଯୋଗ ଆଣି ବୟାନ୍ ଦେଇଛନ୍ତି ପତ୍ନୀ । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀଙ୍କ ସହଯୋଗୀକୁ ଗିରଫ କରିଥିବା ବେଳେ ସ୍ୱାମୀ ଫେରାର ହୋଇଯାଇଛନ୍ତି ।

ତେବେ କନେଷ୍ଟବଳ ଦମ୍ପତି ଉଭୟ ବଲାଙ୍ଗୀର ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ ସେମାନଙ୍କ ଏକ ୧୦ ମାସର ପୁତ୍ର ସନ୍ତାନ ମଧ୍ୟ ରହିଛି । ତେବେ ପାରିବାରିକ କଳହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଝଗଡା ସୃଷ୍ଟି ହୋଇଥିଲା । ଏହାକୁ ନେଇ ପରେ ସ୍ୱାମୀ ନିଜ ସାଙ୍ଗ ସହ ମିଶି ସ୍ତ୍ରୀକୁ ହତ୍ୟା କରିବାକୁ ଚାହୁଁଥିବା ଅଭିଯୋଗ ଆଣିଛନ୍ତି ନୁପୁର ବିଶ୍ୱାଳ । ସେପଟେ ତୁଷୁରା ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀ ଜ୍ୟୋତି ପ୍ରଧାନଙ୍କୁ ନିଲମ୍ବନ କରିଛି ।

Tags: