ଗାଡି ପାର୍କିଂକୁ ନେଇ ଗଣ୍ଡଗୋଳ,୩ ଗୁରୁତର
ବ୍ରହ୍ମପୁର : ଗାଡି ପାର୍କିଂକୁ ନେଇ ଭୟଙ୍କର ଗଣ୍ଡଗୋଳ I ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ I ଏଥିରେ ୩ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି I ଘଟଣା ଘଟିଛି ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅନ୍ତର୍ଗତ ହିଲପାଟଣା ୩ୟ ଲାଇନ ଛକରେ I ଘଟନାନୁସାରେ,ଗତକାଲି ରାତି ୧୦ଟା ବେଳେ ହିଲପାଟଣା ତୃତୀୟ ଲାଇନ୍ ଛକରେ ଗାଡି ପାର୍କିଂକୁ ନେଇ ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମାଙ୍କ ସହିତ ଅଭିଯୁକ୍ତ ଆଶିଷ […]
ବ୍ରହ୍ମପୁର : ଗାଡି ପାର୍କିଂକୁ ନେଇ ଭୟଙ୍କର ଗଣ୍ଡଗୋଳ I ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ I ଏଥିରେ ୩ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି I ଘଟଣା ଘଟିଛି ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅନ୍ତର୍ଗତ ହିଲପାଟଣା ୩ୟ ଲାଇନ ଛକରେ I
ଘଟନାନୁସାରେ,ଗତକାଲି ରାତି ୧୦ଟା ବେଳେ ହିଲପାଟଣା ତୃତୀୟ ଲାଇନ୍ ଛକରେ ଗାଡି ପାର୍କିଂକୁ ନେଇ ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମାଙ୍କ ସହିତ ଅଭିଯୁକ୍ତ ଆଶିଷ ଓ ମୁକେଶ ସାହୁଙ୍କ ସହିତ ବଚସା ହୋଇଥିଲା I ସେମାନେ କୁମୁଦଙ୍କ ଟ୍ରାଭେଲସ ସଂସ୍ଥାର ଏକ କାରର କାଚକୁ ଭାଙ୍ଗୁଥିବା ସମୟରେ,ସେ ବାରଣ କରିଥିଲେ I ଏଥିରେ ଉତକ୍ଷିପ୍ତ ହୋଇ, ଆଶିଷ,ମୁକେଶ ସାହୁ ଏବଂ ଅନ୍ୟ ଜଣେ ମିଶି ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ ଦାସ ଓ ହରିହରି ପାଣଗ୍ରାହୀଙ୍କୁ ଖଣ୍ଡାରେ ହାଣି ମରଣାନ୍ତକ ଆକ୍ରମଣ କରିଥିଲେ I ଘଟଣାର ଖବର ପାଇ ଗୋଶାଣୀନୂଆଗାଁ ଥାନା ପୋଲିସ ପହଞ୍ଚି ଆହତ ମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତି କରିଛି । ଏହାପରେ ଘଟଣାର ମୁଖ୍ୟ ଅଭିଯୁକ୍ତ ହିଲପାଟଣା ଅଞ୍ଚଳର ମୁକେଶ ସାହୁ,ଆଶିଷ ଙ୍କ ସମେତ ଅନ୍ୟ ଜଣକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି I




